Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Others

2  

ଓଡ଼ିଆ ଗଳ୍ପ ଓ କବିତା - ୧

Others

ରକ୍ତ-ସୂର୍ଯ୍ୟ

ରକ୍ତ-ସୂର୍ଯ୍ୟ

1 min
7.4K


ରାମଲକ୍ଷ୍ମଣ ଦାଶ


ବିଶ୍ୱ-ପ୍ରାଚୀ-ଗଗନ-କ୍ଷେତ୍ରେ

ରକ୍ତ-ସୂର୍ଯ୍ୟ ଉଠେ

ବିଶ୍ୱ-ଶୋଷିତ-ମନ-ସରୋବରେ

ରକ୍ତ-ପଦ୍ମ ଫୁଟେ।

ମୁକୁଳା-କେଶର-ବିନ୍ୟାସେ ନାରୀ

ରକ୍ତ-ଓଢ଼ଣା ଟାଣି

ରକ୍ତ-ଡାଲାରେ ରକ୍ତ ଗୋଲାପ

ପାରିଜାତ ରଖେ ଆଣି।

ରକ୍ତ-ମାନସେ ହୃଦୟ-ହରଷେ

ରକ୍ତ-ଝୁଣା-ସୁଗନ୍ଧେ

ରକ୍ତ-ପ୍ରଦୀପ ଜଳାଏ ସରାଗେ

ରକ୍ତ-ନୃତ୍ୟ-ଛନ୍ଦେ।

ରକ୍ତ ନୂପୁର ବାଜି ଉଠେ ତାର

ରକ୍ତ-ବାଜଣା ଶୁଣି

ରକ୍ତ-ଲାସ୍ୟେ ରକ୍ତ-ମାନବ

ରକ୍ତ ହୃଦୟ ଝୁଣି ….

ରକ୍ତ-ବିଭୂତି ବୋଳି ସେ ରକ୍ତ

ତାଣ୍ଡବେ-ମାତି ଚଳେ

ରକ୍ତ-ସୂର୍ଯ୍ୟ-ରକ୍ତ ଆଲୋକେ

ରକ୍ତ-ଅଗ୍ନି ଜଳେ ॥


ସମାପ୍ତ


Rate this content
Log in