Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

2  

Ambika Swain

ଶବ୍ଦ ତୁଳୀ

ଶବ୍ଦ ତୁଳୀ

1 min
210


ଶବ୍ଦକୁ ଛନ୍ଦୁଛି "କବି "ତା' ଛନ୍ଦରେ

କେତେ ଶୋଭା ମୟ କରୁଛି ସତେ

ନାନା ରକମର ଚିତ୍ର ରେ ସଜେଇ

ଭରୁଛି ସେଥିରେ ରଙ୍ଗ ଯେ କେତେ ।


ଲେଖନୀ କାଳିରେ ସାଧା କାଗଜରେ

ଆଙ୍କି ଦେଉଛି ସେ ଶବ୍ଦର ତୁଳୀ ରେ

ମନର କଥା ଓ ହୃଦୟ ର ବ୍ୟଥା

ପ୍ରକୃତି ରାଣୀର ସୌନ୍ଦର୍ଯ୍ୟ ଗାଥା ।


ପ୍ରେମ ପ୍ରୀତି ସ୍ନେହ ମମତା ଡୋରି

ଦୁଃଖ ଯନ୍ତ୍ରଣା ର ଅକୁହା ଠାଣି

ସ୍ମୃତି ଅନୁଭୁତି କେତେ କାହାଣୀ

ଭକ୍ତି ଭାବନାର ରସମୟ ବାଣୀ ।


ଅତୀତ ଓ ବର୍ତ୍ତମାନ ର ଘଟଣା

ଭଲ ମନ୍ଦ ବ୍ୟଙ୍ଗ ସମାଲୋଚନା

ଅନ୍ବଭବ କଥା ପ୍ରଭୁଙ୍କ କରୁଣା

କବି ଝାରୁଅଛି ସବୁର ଝରଣା ।।


ଏହି କବି ପରି କିଏ ସେ ହେବ

ଶବ୍ଦର ତୁଳୀକୁ ସଜାଉ ଥିବ ।।

*******

ଅମ୍ବିକା ସ୍ୱାଇଁ, ଭୁବନେଶ୍ୱର


Rate this content
Log in