Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIBEDITA MOHAPATRA

Others

3  

NIBEDITA MOHAPATRA

Others

ସ୍ମୃତି ଚିହ୍ନ

ସ୍ମୃତି ଚିହ୍ନ

1 min
365



ମନେ ପଡିଗଲା ଆଜି ପିଲାଦିନ

ବିତିଥିଲା ଯାହା ହସ ଖୁସିରେ

ତାଜା ହେଇଗଲା ଘଟଣା ସବୁ 

ସାଇତି ଥିଲି ଯାହାକୁ ସ୍ମୃତିରେ। ୧


କେତେ ରାଗ ରୁଷା ଅଭିମାନ 

ପୁଣି କରୁଥିଲେ କେତେ ଗମାତ

ଆନନ୍ଦ ବିଷାଦ ଯାହା ଘଟୁଥିଲା

ବାଣ୍ଟୁଥିଲେ ସବୁ ନରଖି ଦ୍ବନ୍ଦ୍ବ। ୨


ସକାଳ ସଂଜରେ ସଜେଇ ହବାରେ 

ବିତୁଥିଲା ତୋର ବହୁ ସମୟ

ପରିହାସ ତତେ କରୁଥିଲୁ ଆମେ 

ତଥାପି କରିନୁ କେବେ ରୋଷ। ୩


ମନରେ ନଥିଲା ଛନ୍ଦ କି କପଟ

ନଥିଲା ତ ପର ଆପଣାର ଭାବ

ଯାନିଯାତରା ଅବା ହେଉ ମେଳଣ

କରୁଥିଲେ ସବୁ ମିଳିମିଶି ପାଳନ । ୪


ବାଲିଯାତ୍ରା ହଉ ଅବା ସ୍ବରାଜଦ୍ବିତୀୟା

ଗାଁ ସାଗରସ୍ନାନ ଲାଗୁଥିଲା ବଢିଆ

ପରବ ଦିନରେ ହେଉଥିଲେ ଏକାଠି

ଥଟ୍ଟାମଜା କରୁଥିଲେ ଆମେରେ ମିଶି। ୫


ପରିବର୍ତ୍ତନ ହେଇଗଲା ସମୟ ଧାରା

ଅଚିହ୍ନା ହେଲା ଚିହ୍ନା ଚେହେରା

ଛିଡିଗଲା ଆମ ମମତାର ବନ୍ଧନ

ସଂପର୍କ ରଙ୍ଗ ପଡିଗଲା ମଳିନ। ୬


ଫେସ୍-ବୁକ ତତେ ଦେଲା ସହାୟତା

ଖୋଜି ପାଇଗଲୁ ଆମରି ବାରତା

ଯୋଡିଲୁ ପୁଣି ସଂପର୍କର ଡୋର

ମନରେ ଭରିଲୁ ଆନନ୍ଦର ଜୁଆର। ୭


ଉଣେଇଶ ବର୍ଷର ଯେତେ ଘଟଣା

ସ୍ମୃତି ଫରୁଆରେ ରଖିଥିଲୁ ସାଇତି

ତୋପାଇଁ ଖୋଲିଲା ଅକୁହା କଥା

ଶାନ୍ତ ହୋଇଲା ହୃଦୟର ବ୍ୟଥା। ୮


ପଥ ହୁଡିଥିଲା ପୁଅ ବାହୁଡିଛି 

ସବୁ ସଂପର୍କକୁ ଆଜି ସାଉଁଟୁଛି

ଭୁଲି ଅତୀତର ମାନ ଅଭିମାନ

କରିବାକୁ ତାର ଭୁଲର ସମାଧାନ। ୯


ବଦଳାଇ ଦେଲୁ ତୁହି ସବୁରି ମନ

ଭୁଲି ହେବନାହିଁ ତୋର ପ୍ରତିଦାନ

ଭରିଯାଉ ଜୀବନରେ ତୋର ଖୁସି

ପଦ୍ମପାଦ ତଳେ କରୁଅଛି ମିନତି। ୧୦



Rate this content
Log in