Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Inspirational

2  

Padmalaya Mishra

Inspirational

ଉପନାମ

ଉପନାମ

1 min
7.1K


ମୁଁ ନାରୀ ଟିଏ

ଭିନ୍ନ ଭିନ୍ନ ନାମେ ପରିଚିତ

ଝିଅ ଭଉଣୀ ପ୍ରେମିକା ପତ୍ନୀ ମା'

ବୋହୂ ଭାଉଜ ଖୁଡି ଦେଠେଇ ମାଇଁ

ବିନା ଶବ୍ଦ ଉଚାରି ଯେବେ

ବାହିଚାଲେ ଦାୟିତ୍ବ କରିଚାଲେ କର୍ତ୍ତବ୍ୟ

ମୁଁ ହେଇଯାଏ....

ସର୍ବଗୁଣସମ୍ପନ୍ନା ସର୍ବଂସହା

ସୁନ୍ଦର ନମ୍ର ଭଦ୍ର ସଂସ୍କାରୀ

ଉପନାମ ପାଏ....

ବରଗଛ ପରି ଦେଇ ଚାଲେ ଛାୟା

ମୋର ଓହଳରେ ଖେଳନ୍ତି ଝୁଲନ୍ତି ।

କେହି ଶୁଣନ୍ତିନି ମୋର ଅନ୍ତର ରୋଦନ

ଯେମିତି କେବଳ ଦବା ହିଁ ମୋ ଭାଗ୍ୟ

ପ୍ରତିବଦଳେ କିଛି ଆଶା ନାହିଁ ମୋ ଜାତକେ....

କିନ୍ତୁ ଯେତେବେଳେ ଆହ ବାହାରେ

ବିଦ୍ରୋହ ସ୍ଵର ଉଚ୍ଚାରିତ ହୁଏ

ପୁଣି ପାଇଯାଏ କିଛି ଉପନାମ....

ଉଦ୍ଧତ ଅହଙ୍କାରୀ ଗର୍ବୀ

ଚଣ୍ଡୀ ରଣଚଣ୍ଡୀ ଅସଂସ୍କାରୀ

ଦଳି ଚକଟି ଦିଆଯାଏ ମୋ ଅସ୍ତିତ୍ଵ

ଅଣନିଶ୍ଵାସୀ ହୋଇଯାଏ

ଖୋଜେ ଆତ୍ମୀୟତାର ଅମ୍ଳଜାନ

କିନ୍ତୁ ପାଏନି....

ଏଇ ବଧେ କପାଳ ଲିଖନ

କାରଣ ମୁଁ ନାରୀ

ମୋର ବିଭିନ୍ନ ନାମ ପୁଣି ଉପନାମ ....


ପଦ୍ମାଳୟା


Rate this content
Log in

Similar oriya poem from Inspirational