Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବୋଉ, କଥା ଦେଲି

ବୋଉ, କଥା ଦେଲି

1 min
6.6K


ଜୟନ୍ତୀ ରଥ

ହସର ଦୁଆର ,

ବୁଜିବୁ ନାଇଁ ବୋଉ ,

ଲୁହର ଦୁଆର ,

ବୁଜିବି ନାଇଁ ।

ମନର ପାଣିପାଗ ,

ଭଲ ରହିବା ପାଇଁ ,

ହସ ଓ ଲୁହର ଦୁଆର ,

ଖୋଲା ରହିବା କେତେ ଜରୁରୀ ,

ମୁଁ ବୁଝିଗଲିଣି ।


ଲୁହର ସଞ୍ଜୟ କେତେ ଜରୁରୀ ,

ମନର ତାପ ତଡିବା ପାଇଁ ,

ମୁଁ ବୁଝିଗଲିଣି.... ,

ବୁଝିଗଲିଣି , ବଞ୍ଚିରହିବା ଲୋଡା ହସଟିକେ ,

ଭଗାରି – ହସକୁ ଟକ୍କର ପାଇଁ ।


ଆଗରେ ନୁହେଁ କି ପଛରେ ନୁହେଁ ,

ମୁଁ ହସିଲା ବେଳେ କି କାନ୍ଦିଲା ବେଳେ ,

ତୁ’ ଠିଆ ହୋଇଥିବୁ ମୋ’ ପାଖରେ ,

ତୋ’ ଲୁଗାକନି ଯେମିତି ,

ବାଜୁଥିବ ମୋ’ ସର୍ବାଙ୍ଗରେ ।


Rate this content
Log in

Similar oriya poem from Classics