ମୃଗନୟନୀ
ମୃଗନୟନୀ
1 min
6.7K
ଆଜିକାଲି ପ୍ରତିଋତୁ ମତେ ଭଲ ଲାଗିବାରେ ଲାଗିଛି,
ପ୍ରତିଦିନ ମୁଖେ ନିସୄତ ହେଉଛି ମିଠା ମିଠା ଗୀତ,
ଝରୁଛି କଲମମୁନେ ଅନେକ ଭାବର ପ୍ରତିବିମ୍ବ ନେଇ ରୂପ କାବ୍ୟମଞ୍ଜରି । (୧)
ଆଗରୁ ତ ଥିଲି ଏକ ଅଲୋଡ଼ା ଆବେଗ,
ଆଳୁରା ,ବାଲୁର
ଏବେ କିନ୍ତୁ ସମ୍ଭାଳିନେଲି ନିଜକୁ
କାରଣ ଯେ ତୁମେ । (୨)
ତୁମ ପ୍ରୀତି ଗୋଲାପୀ ଗୋଲାପୀ
ତୁମ ଘର ଦ୍ୱାରେ
ମୋ ଫେରନ୍ତା ରାସ୍ତାକୁ
ପ୍ରତୀକ୍ଷା ରତ୍ତ ପ୍ରତିଛବି ଯେ ପାଲଟିଗଲାଣି
ମୋ ମନ ଆକାଶେ ହସୁଥିବା
ନିତିଦିନିଆ ପାହାନ୍ତିଆ ତାର ଅରୁନ୍ଧତୀ
କାରଣ ଯେ ତୁମେ
କାରଣ ଯେ ତୁମେ
ଆଉ ତୁମ ଭଲପାଇବା ପ୍ରିୟତମା "ମୃଗନୟନୀ "" । (୩)