Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Action Inspirational

5.0  

ବି. ନିରୁପମା

Action Inspirational

ମିଳୁ ସୁଖ ଶାନ୍ତି ସାରା

ମିଳୁ ସୁଖ ଶାନ୍ତି ସାରା

1 min
455



ସୁନାଭାଉଜ ମୋ,ତୋ ଜନ୍ମ ଦିନରେ

ଜଣାଉଛି ଶୁଭାଶିଷ ,

ବିଭୁ କରୁଣାରୁ ତୋ ଚାନ୍ଦ ମୁହଁରେ

ସଦା ଖେଳୁଥାଉ ହସ ।


ରୂପେ ଅନୁପମା, ଗୁଣେ ସର୍ବୋତ୍ତମା

ବିଦ୍ୟାବତୀ-ସ୍ୱାଭିମାନି ,

ଯେତେ କହିଲେ ବି ଅଳପ ହୋଇବ

ତୁ ଲୋ ସର୍ଵ ସୁଲକ୍ଷଣୀ ।


ଗୁରୁଜନେ ଭକ୍ତି,ଲଘୁ ଜନେ ପ୍ରୀତି

ସ୍ଵଭାଵଟି ଅତି ଶାନ୍ତ ,

ମନବୁଝି ତେଣୁ ଦେଇଛନ୍ତି ସାଇଁ

ତୋର ମନଜିଣା କାନ୍ତ ।


ନାହିଁ ତୋହଠାରେ ଉଗ୍ର ଆଧୁନିକା

ଆତ୍ମ ବଡ଼ିମାର ଠାଣି ,

ସୁନାବୋହୂ ସୁନାଝିଅ ତୁ ଆମର

ପୂରା ଖାଣ୍ଟି ଓଡ଼ିଆଣୀ ।


ସାରା ପରିବାର କୁଶଳ ମନାସୁ

ସଭିଙ୍କୁ ନିଜର ଭାବି ,

ମନେହୁଏ ତୋତେ ପାଇଅଛୁ ସତେ

ଦିଅଁଙ୍କ ଆଶିଷ ଲଭି ।


କାମନା କରୁଛି ଆଗକୁ ଏମିତି

ସବୁରି ଆଦର୍ଶ ହୋଇ ,

ସୁନାବୋହୂ ସାଜି ରହିଥାଆ ତୁ ଲୋ

ପରା ସବୁଦିନ ପାଇଁ ।


ଠାକୁରେ ସଦା ତୋ ସାହା ହୋଇଥା'ନ୍ତୁ

ଆଶାଟି କରନ୍ତୁ ପୂରା ,

ମୁଁ କଲ୍ୟାଣ କରେ ,କେବଳ ଏତିକି

ମିଳୁ ସୁଖ,ଶାନ୍ତି ସାରା ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in