Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Pradhan

Others

5  

Pramod Pradhan

Others

ଚିତାଗ୍ନି

ଚିତାଗ୍ନି

1 min
20K


ଚିତାଗ୍ନି

 

ପ୍ରମୋଦ ପ୍ରଧାନ

 

ମାଟିଗନ୍ଧ ଅନ୍ତରେ ମାପି,

ଧୂମତାକୁ ଓଠରେ ଚାପି,

ସାଇଁସାଇଁ ଜଳୁଛି ଦେଖ ଧୂସର ବହ୍ନି, 

ପାଉଁଶକୁ ଛୁଇଁ...

ସାୟାହ୍ନକୁ ଚିହ୍ନିଚିହ୍ନି !

 

ବାତ୍ସଲ୍ୟ ବୁକୁରେ ତାଚ୍ଛଲ୍ୟ ମହତ୍ତ୍ୱ,

ତାରୁଣ୍ୟ କି ବୁଝେ ଚେତନା ତତ୍ତ୍ୱ ?

ଚେତନା ତତ୍ତ୍ୱକୁ ଟାଣେ ବାର୍ଦ୍ଧକ୍ୟ ସ୍ୱତ୍ୱ,

ବାର୍ଦ୍ଧକ୍ୟ ଆଖିରେ ବାହୁଲ୍ୟ ଅସ୍ତିତ୍ୱ !

 

ଅନ୍ଧପୁଟୁଳିରେ ସ୍ପନ୍ଦନକୁ ଛନ୍ଦି,

ଅନ୍ଧାରୀ କୋଠିରେ ଭାସେ ଜୀବନ,

ଜୀବନ ଭୂଇଁରେ...

ରହସ୍ୟକୁ ଠେଲି ଡେଣା ମେଲିମେଲି

କାଉଁରୀ କାଠିରେ

ଭଉଁରୀ ଖେଳେ ବିଧିବିଧାନ !

 

ପ୍ରତିଧ୍ୱନି ଲାଙ୍ଗୁଡ଼ ଧାରେ

ପାଉଁଶରୁ ଭାସିଭାସି ଆସେ ଅଟ୍ଟହାସ୍ୟ,

ମୋହ ମାଗେ କୋହ ମୂଲ,

ମମତାର ହାତ ଥାମି

ଅତୀତକୁ ଚୁମିଚୁମି !

 

ପବନର ଡେଣା ଚାଟିଚାଟି,

ଆକାଶରୁ ଲମ୍ବିଆସେ

ନିରବତାର ଶୂନ୍ୟ ମାପକାଠି,

ଗୁଣବତ୍ତାର ଆଖିରୁ

ଝରିପଡ଼େ ଦୁଇଟୋପା ଲୁହ,

ଭୂଇଁକୁ ଛୁଇଁ କଅଁଳିଉଠେ

ମାଟିରେ ପାଟି ।

 

ବୟସକୁ ଆୟୁଷରେ ଝୁଣି,

ପାଣିରୁ ପବନକୁ ଛାଣି

ପବନ ଉଡ଼େ...

ମହାଶୂନ୍ୟକୁ ଭେଦି ପୁଣ୍ୟ ଗଣ୍ଠିଲିରେ,

ଢଳଢଳ ଛଳଛଳ

ନିରବ ନିଶ୍ଚଳ ଚିରକାଳ,

ସମର୍ପିତ ନଶ୍ୱର

ଧୁ’ଧୁ’... ଚିତାଗ୍ନିରେ !

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in