Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଆର୍ଥ ଡେ

ଆର୍ଥ ଡେ

1 min
151


ଉଦାତ୍ତ ବେଦର ବାଣୀ ପାଲଟିଛି ଜଡ

ଜନନୀ ଜନମଭୂମି ସରଗଠୁ ବଡ ।

ଅମୃତ ସନ୍ତାନ ହୋଇଲାଣି ଆନମନା

ଶାନ୍ତି ଛାଡି ସୁଖ ପଛେ ଧାଉଁଛି ଅବନା ।

ଗଛଲତା କାଟେ ଉଜାଡୁଛି ପରବତ

କଳକାରଖାନା ଗଢେ ନଦୀ ଜଳ ଦୂଷିତ ।

ଶୀତତାପ ନିୟନ୍ତ୍ରିତ ଗୃହ ହେଉବା ଗାଡି

କଂକ୍ରିଟ ଜଙ୍ଗଲ ଠିଆ ପରିବେଶ ଉଜାଡି ।

ବୈଦ୍ୟୁତିକ ଯନ୍ତ୍ରପାତି ଅବାରିତ ଚଳାଇ

ପ୍ରତିଯୋଗିତା ଚାଲିଛି ପ୍ରଗତିର ଦୁହାଇ ।

ଯୁଆଡେ ଦେଖ ଖାଲି ପଲିଥିନ ପାହାଡ

ପରିବେଶ ପଲିଥିନ ତଳେ ଜଡଷଡ ।

ଉର୍ବରକ ବଦଳରେ ରସାୟନ ପ୍ରସ୍ତୁତ

କୀଟନାଶକ ପ୍ରୟୋଗ କ୍ଷେତ କରେ ଦୂଷିତ ।

ଓଜନ ସ୍ତରକୁ ଖାଇ ଅତି ବାଇଗଣି

କ୍ଷତିକର ସୂର୍ଯ୍ୟ ରଶ୍ମି ଧରା ଆଣେ ଟାଣି ।

ଆଣ୍ଟାରକ୍ଟିକାର ବରଫ ତରଳିବା ପ୍ରକ୍ରିୟା

ସମୁଦ୍ର ଜଳ ବଢେ କେହି ନୋହିବେ ସାହା ।

ଧରିତ୍ରୀ ମାତା ପାଇଁ ଦିନଟିଏ ଆର୍ଥ ଡେ

ଚବିଶ ମାର୍ଚ୍ଚ ରେ ବିଶ୍ଵ ଆପଣାକୁ ସଜାଡେ ।

ସଚେତନତା ର ଦିନ ମାଟି ମା'ର ପାଇଁ

ଆମହାତେ ପରିବେଶ ଭୁଲିଯିବା ନାହିଁ ।

ପରିବେଶ ବଂଚିଲେ ସଭ୍ୟତା ବିକଶିବ

ପରିବେଶ ବିଗିଡିଲେ ସଭ୍ୟତା ଉଜୁଡିବ ।



Rate this content
Log in