Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Inspirational

3  

Srinibas Mahalik

Inspirational

ଅନ୍ଧବିଶ୍ୱାସ

ଅନ୍ଧବିଶ୍ୱାସ

1 min
7.1K


ନିରୀହ ଜୀବଙ୍କୁ ବଳି ଦେଇ କେତେ

କରୁଛନ୍ତି ପୂଜାର୍ଚ୍ଚନା

ନିଜ ଶରୀରକୁ କଷ୍ଟ ଦେଇ କେତେ

କରୁଛନ୍ତି ଉପାସନା..

ଯେତେ କରାଗଲେ ମନା..

ଧର୍ମବିଶ୍ୱାସରୁ ସଫା ହୁଏନାହିଁ

ଏହି ସବୁ ଆବର୍ଜନା ।।

ଅନ୍ଧବିଶ୍ୱାସୀଙ୍କ ଦେବାଦେବୀ ପ୍ରତି

ନଥାଏ ଜମାରୁ ଭକ୍ତି

ଭୟରେ କେବଳ ବଳି ଦେଉଥାନ୍ତି

ପାଇବେ ବୋଲି ଯେ ଶାନ୍ତି..

ହାଏରେ ନିର୍ବୋଧ ବ୍ୟକ୍ତି..

ଶାନ୍ତ କରିବାକୁ ଦେବାଦେବୀଙ୍କୁ

କର ସ୍ୱଚ୍ଛ ମନେ ଭକ୍ତି ।।


Rate this content
Log in

Similar oriya poem from Inspirational