Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Others

2  

Abhakanta

Others

ପାଖୁଡ଼ା ପିଠିରେ ଚିଠି ଲେଖୁଅଛି

ପାଖୁଡ଼ା ପିଠିରେ ଚିଠି ଲେଖୁଅଛି

1 min
6.8K


ପାଖୁଡ଼ା ପିଠିରେ ଚିଠି ଲେଖୁଅଛି

 

ଆଭାକାନ୍ତ ମହାନ୍ତି

 

ପାଖୁଡ଼ା ପିଠିରେ ଚିଠି ଲେଖୁଅଛି

              ଫୁଲେଇ ଫଗୁଣ ଆଜି

ଫୁଲର ସୁରଭି ସିଞ୍ଚି ତା ଉପରେ

              ଠିକଣା ଲେଖୁଛି ହେଜି । ୦ ।

 

ଘନଘନ ଆସି ମନମିତ ମାନ

ମନେ ପଶି କରେ ଚିତ୍ତ ଛନ୍ନଛନ୍ନ

       ଶୀତର ଚାତରେ

       ବିରହ କାତରେ

ଦଶା ଭୋଗୀ ଆଙ୍କେ ଶଙ୍କା ଭିନ୍ନ ଭିନ୍ନ

ସମବେଦନାରେ ଜଣା ସମୟ ବି

              ସୀମାକୁ ପାରୁନି ତେଜି । ୧ ।

 

ମନାଇବା ପାଇଁ ମଳୟେ ମିନତି

କରି, କହିଛି କଳିବ କଳାବତୀ

       କୋଇଲିର କୁହୁ

       ମହୁମାଛି ମହୁ

ଡହଳେ ରହିବି ରଖିଛି ସାଇତି

ସବୁ ନେଇଯିବ ସଅଳ ବସନ୍ତେ

              କରାଇଅଛି ବି ରାଜି । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in