Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta None

Inspirational

2  

Abhakanta None

Inspirational

ଶାନ୍ତି

ଶାନ୍ତି

1 min
1.5K



ଶାନ୍ତି ଜୀବନରେ ଚିରକାମ୍ୟ ହୋଇ ରହିଛି ଜୀବନ ସାଥେ

ଶାନ୍ତି ପଛେ ଧାଇଁ ଜୀବନ ତୋଳଇ ନାନା ବିଚିତ୍ରତା ମର୍ତ୍ତ୍ୟେ ।

ଚିତ୍-ଶକ୍ତିରେ ନାନା ଉଠଇ ଭାବନା ଅଦମିତ ପ୍ରାକୃତିକ

ତାହା , ନିୟଂତ୍ରଣ କରଇ ଜୀବନ କରମକୁ ପରିପକ୍ବ ।

କରମର ଫଳ ଫେରାଏ ବହୁଳ ଭାବ, ଚିତ୍-ଶକ୍ତିକୁ ପୁନଃ

ପ୍ରୀୟ ହେଲେ ଶାନ୍ତି, ଅପ୍ରୀୟେ ଅଶାନ୍ତି ହୋଇଛି ନାମକରଣ ।


ଏ ଶାନ୍ତ ଦ୍ବିଭାଗେ ଵିଭାଜିତ ଆଗେ ଏକ ଆତ୍ମିକ ବୋଲାଏ

ବୋଲାଏ ଆରେକ ସ୍ବ-ପାରିବାରିକ ବହୁଳ ଭାବରେ ଥାଏ ।

ଆତ୍ମିକର ଲାଗି କେହିନୁହେଁ ଭାଗି ଚିତ୍ତ ଖାଲି ଶାନ୍ତି ପାଏ

ଅନ୍ୟେ ଶାନ୍ତି ଦେଇ ଯେ' ଶାନ୍ତି ମିଳଇ ପାରିବାରିକ ବୋଲାଏ ।

କିନ୍ତୁ ଶାନ୍ତି କାମ୍ୟ ଜୀବନ ତମାମ ତା ବିନା ଜୀବନ ବୃଥା

ଶାନ୍ତି ଖୋଜା ଆଳ ଚଳ ଚଞ୍ଚଳ ରଖେ ସମାଜ ବ୍ୟବସ୍ଥା ।


Rate this content
Log in