Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Inspirational

4.3  

Santosh Pattnayak

Inspirational

ଯତନେ ଲଗାଅ ବୃକ୍ଷ

ଯତନେ ଲଗାଅ ବୃକ୍ଷ

1 min
7.1K


ପରିବେଶ ଚକ୍ର ହୋଇଛି ବିମୁଖ

ହୃଦୟ ହେଲାଣି ଧନ୍ଦି

ବୈଶାଖୀ ହାଇରେ ମଳୟ ହଜିଛି

ବସନ୍ତେ ବହୁଚି ଝାଞ୍ଜି….।

ଉଜୁଡା ଜଙ୍ଗଲ ସଜାଡି ପାରିଲେ

ସୁଧୁରିବ ପରିବେଶ

ବୃକ୍ଷଟା ଜୀବନ ଦିଏ ଅମ୍ଳଜାନ

ଜୀବନେ ଭରଇ ହସ….।

ବେଳୁ ସାବଧାନ ହୁଅ ସର୍ବଜନ

ଯତନେ ଲଗାଅ ବୃକ୍ଷ

ଫୁଲ,ଫଳ ଭରି ବୃକ୍ଷ ଦେଲେ ଛାଇ

ଦୁର୍ଲ୍ଲଭ ଜୀବନ ଭୋଗ୍ୟ….।

ନହୁଅ କାରଣ ଜାଗ ଜନଗଣ

କର ହେ ବୃକ୍ଷରୋପଣ

ପ୍ରକୃତି ହସିବ ଧରା ଝଲସିବ

ଖୁସି ହୋଇବ ଛଗୁଣ…..।


ସନ୍ତୋଷ ପଟ୍ଟନାୟକ


Rate this content
Log in