Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational

3  

Susil Pani

Inspirational

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
7.6K


ଜଗତର ନାଥ

*********

ଜଗନ୍ମାଥ ପାଇଁ ଜଗତ ସୁନ୍ଦର ।

ତାଙ୍କ ପରି କିଏ ହବ ।।

ଭକ୍ତ ମନ ଜାଣି ତାର ମନବାଞ୍ଛା ।

ଭାବିବା ଆଗରୁ ସେ ଦେଇଦବ ।।

କିଏ କହେ ତାଙ୍କୁ ମନୁଆଁ ହଟିଆ ।

କେ କହେ ଜଗତ ଠାକୁର ।।

ଅନ୍ତର୍ଯ୍ୟାମି ସିଏ ସବୁ ତ ଜାଣନ୍ତି ।

ସର୍ବ ବ୍ୟାପି ସ୍ଵର୍ଗ ମତ୍ୟ ଯେ ପାତାଳ ।।

ପ୍ରହଲ୍ଲାଦ ପାଇଁ ଖମ୍ବୁ ବାହାରିଲ ।

ହିରଣ୍ୟକସ୍ୟପ ବିଦାରି ପ୍ରହଲ୍ଲାଦେ କଲ ରକ୍ଷା ।।

ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଦେଲ ।

ବନ୍ଧୁର ମର୍ଯ୍ୟାଦା କଲ ଯେ ରକ୍ଷା ।।

ଲକ୍ଷେ ଜୋଜନରେ ଗଜ ଡାକ ଦେଲା ।

ଚକ୍ର ପେସି ଗଜ ଉଧାରିଲ ଜାଣି ।।

ଭକତ ବିଦୁର ଶାଗ ଭଜା ଦେଲା ।

ମହିଆନନ୍ଦେ ଭକ୍ଷିଲ ହେ ଚକ୍ରଧାରି ।।

ଶବରି ଅଇଁଠା ଖାଇଲ ଯେ ତୁମେ ।

ଆଦରେ ଯେବେ ଯାଚିଲା ତୁମକୁ ଫଳ ।।

ଶବର ବିଶ୍ଵାବସୁ ପୂଜୁଥିଲା ତୁମେ ।

ଘଞ୍ଚ ଜଙ୍ଗଲ ମଦ୍ଧରେ ନିଳମାଧବ ରୂପର ।।

ଭକ୍ତ ମୁକ୍ତି ପାଇଁ ସାଖି ଦବା ପାଇଁ ।

ଯାଉଥିଲ ଭକ୍ତ ପଛେ ପଛେ ।।

ବାଲିରେ ଚାଲୁ ଚାଲୁ ଘୁଙ୍ଗୁରର ଶବ୍ଦ ନସୁଭିଲା ।

ଭକ୍ତ ପଛକୁ ଦେଲା ଯେ ଚାହିଁ ।।

ସାଖି ଗୋପିନାଥ ରୂପେ ରହିଗଲ ।

ସାଖିଗୋପାଳ ନାମ ଅଟଇ ।।

ଭକ୍ତ ସାଲବେଗ ଭକ୍ତିରେ ଡାକିଲା ।

ନନ୍ଦିଘୋଷ ଅଟକିଲା ତାଙ୍କ ଦରଶନ ପାଇଁ ।।

ବଳରାମ ଦାସ ବାଲି ରଥରେ ପୂଜିଲା ।

ବାଲି ରଥେ ବିରାଜିଲ ନନ୍ଦିଘୋସ ଗଲା ଅଟକେଇ ।।

ଭକ୍ତ ମାନ ଅଭିମାନ ଅଳି ଯେ ଅଦ୍ରଳି ।

ସବୁ ପାର ତୁମେ ବୁଝି ।।

ସମୟ ଦେଖିକି ସବୁ ପୂର୍ଣ୍ଣ କର ।

ଭକ୍ତ ପାରେ ନାହିଁ ବୁଝି ସୁଜି ।।

ଯାହା ମୁଁ ଦେଖୁଛି ସବୁ ତ ତୁମର ।

କି ଅବା ତୁମକୁ ଦେବି ।।

ଭକତି ର ଭାବ ଦିଅ ଜଗନ୍ମାଥେ ।

ସଦା ତୁମ ନାମ ଗୁଣ ଗାଉଥିବି ।।

@ ସୁଶିଲ୍ ପାଣି , ପୁରୀ ।


Rate this content
Log in

Similar oriya poem from Inspirational