Audio

Forum

Read

Contests

Language


Write

Sign in
Wohoo!,
Dear user,
କୁଞ୍ଚି ମନ୍ଦାର
କୁଞ୍ଚି ମନ୍ଦାର
★★★★★

© Sudama Lenka

Others

1 Minutes   7.2K    9


Content Ranking

ବାଡ଼ିରେ ଲଗେଇଛି ମୁଁ କୁଞ୍ଚି ମନ୍ଦାର ,
         ପିନ୍ଧେଇବି ମା'  କୁ ମୁଁ ଗୁନ୍ଥି  କରି  ହାର  !
ମନ୍ଦାର ଫୁଲରେ ତା'ର ଅଧିକ ସରଧା ,
          ପିନ୍ଧେଇଲେ କଟିଯିବ  ଜୀବନର ବାଧା  !
ମନ୍ଦାର ଫୁଲ ସହିତ ଦୁଦୁରା ଟଗର  ,
             ମା' କୁ ଦିସିବ  ପୁଣି ଅତୀବ  ସୁନ୍ଦର  !             
ନିରିମାଖି ମା'  ସିଏ ବସିଅଛି  ଏକା , 
        ତା'ପାଖକୁ ଯିବା ପାଇଁ ମନରେ ଆଶଙ୍କା  !        
ଜଣେଇବି ଦୁଃଖ ତାକୁ  ପିନ୍ଧେଇ  ମନ୍ଦାର  ,
         ନମସ୍କାର କରେ  ଆଜି ଏହି ନର  ଛାର   !
ହେତୁ  ପାଇଲା  ଦିନଠୁ  ଜାଣିଲି  ମୁଁ ତତେ  ,
         ରକ୍ଷା କର  ମା' ମତେ  ବିପଦେ ଆପଦେ  !
ଜାଣି ନାହିଁ ମନ୍ତ୍ର,ଯନ୍ତ୍ର  ଜାଣି ନାହିଁ ବେଦ ,
         ତତେ ପାଇ ଜୀବନରେ ପାଇଛି ଆନନ୍ଦ  !
ଶୁଖିଲା ପତର ମୁଁହି ଗଛରେ ଝୁଲୁଛି  ,
          କେତେବେଳେ ପଡ଼ିଯିବି ନାହିଁ ତାର କିଛି  !
ବାଟ ବହୁଦୂର ପୁଣି ରହିଅଛି କଷ୍ଟ  ,
           ତତେ ସୁମରିଣ ଗଲେ  ନ ଆସଇ ଦୁଷ୍ଟ  !
ଏଣୁ  କରି ମୋ ପାଖରେ ନାହିଁ ଆଉ କିଛି ,
           ମନ୍ଦାର ଫୁଲକୁ  ଖାଲି ତୋପାଇଁ  ରଖିଛି  !
ପୂଜୁଛି  ମୁଁ ପୂଜୁଥିବି  ଦେଇ  ମନ  ପୂର୍ଣ୍ଣ ,
          କରୁଛି ଏ ଗୀତ  କୁ ମୁଁ ଏଠାରେ  ସଂପୂର୍ଣ୍ଣ  !!


କୁଞ୍ଚି ମନ୍ଦାର ଦୁଃଖ ଦୁଷ୍ଟ

Rate the content


Originality
Flow
Language
Cover design

Comments

Post


Some text some message..