କୁଞ୍ଚି ମନ୍ଦାର
କୁଞ୍ଚି ମନ୍ଦାର
1 min
7.4K
ବାଡ଼ିରେ ଲଗେଇଛି ମୁଁ କୁଞ୍ଚି ମନ୍ଦାର ,
ପିନ୍ଧେଇବି ମା' କୁ ମୁଁ ଗୁନ୍ଥି କରି ହାର !
ମନ୍ଦାର ଫୁଲରେ ତା'ର ଅଧିକ ସରଧା ,
ପିନ୍ଧେଇଲେ କଟିଯିବ ଜୀବନର ବାଧା !
ମନ୍ଦାର ଫୁଲ ସହିତ ଦୁଦୁରା ଟଗର ,
ମା' କୁ ଦିସିବ ପୁଣି ଅତୀବ ସୁନ୍ଦର !
ନିରିମାଖି ମା' ସିଏ ବସିଅଛି ଏକା ,
ତା'ପାଖକୁ ଯିବା ପାଇଁ ମନରେ ଆଶଙ୍କା !
ଜଣେଇବି ଦୁଃଖ ତାକୁ ପିନ୍ଧେଇ ମନ୍ଦାର ,
ନମସ୍କାର କରେ ଆଜି ଏହି ନର ଛାର !
ହେତୁ ପାଇଲା ଦିନଠୁ ଜାଣିଲି ମୁଁ ତତେ ,
ରକ୍ଷା କର ମା' ମତେ ବିପଦେ ଆପଦେ !
ଜାଣି ନାହିଁ ମନ୍ତ୍ର,ଯନ୍ତ୍ର ଜାଣି ନାହିଁ ବେଦ ,
ତତେ ପାଇ ଜୀବନରେ ପାଇଛି ଆନନ୍ଦ !
ଶୁଖିଲା ପତର ମୁଁହି ଗଛରେ ଝୁଲୁଛି ,
କେତେବେଳେ ପଡ଼ିଯିବି ନାହିଁ ତାର କିଛି !
ବାଟ ବହୁଦୂର ପୁଣି ରହିଅଛି କଷ୍ଟ ,
ତତେ ସୁମରିଣ ଗଲେ ନ ଆସଇ ଦୁଷ୍ଟ !
ଏଣୁ କରି ମୋ ପାଖରେ ନାହିଁ ଆଉ କିଛି ,
ମନ୍ଦାର ଫୁଲକୁ ଖାଲି ତୋପାଇଁ ରଖିଛି !
ପୂଜୁଛି ମୁଁ ପୂଜୁଥିବି ଦେଇ ମନ ପୂର୍ଣ୍ଣ ,
କରୁଛି ଏ ଗୀତ କୁ ମୁଁ ଏଠାରେ ସଂପୂର୍ଣ୍ଣ !!