Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

4  

Sadananda Sahoo

Inspirational

ବିଶ୍ଵ ଖାଉଟି ସୁରକ୍ଷା ଦିବସ

ବିଶ୍ଵ ଖାଉଟି ସୁରକ୍ଷା ଦିବସ

1 min
323



ଖାଉଟି ସୁରକ୍ଷା କରହେ ସହସା

     ସରକାରୀ ପ୍ରସାଶନ; 

ସୁଷମ ବଣ୍ଟନେ ଉପଭୋକ୍ତା ହସେ

     ବୃଦ୍ଧି ହୁଏ ବିପଣନ ।


ଅପ ମିଶ୍ରଣକୁ  ପ୍ରଶମିତ କର

    କଳା ବଜାରୀକି ରୋକ

ଖାଉଟି ମର୍ଯ୍ୟାଦା ରଖହେ ସର୍ବଦା

    ଦୂରୀଭୂତ କର ଭୋକ ।


ମାର୍ଚ୍ଚ ମାସର ଏ ପନ୍ଦର ତାରିଖ

     ଖାଉଟି କଲ୍ୟାଣ ପର୍ବ; 

ପାଳୁଛି ଏ ବିଶ୍ଵ ପରବ ବିଶେଷ

     ସ୍ମୃତି ଲିପି ଅନୁଭବ ।


ଜନ ମଙ୍ଗଳର ସୁରକ୍ଷା କବଚ

    ସମ୍ବିଧାନ ପ୍ରୀତି ଧାରା;

କର୍ତ୍ତବ୍ୟ ଦାୟିତ୍ବ ହୋଇଚିତ ନ୍ୟସ୍ତ

     ଅଧିକାର ମନ ପାରା ।


 ନିତ୍ୟ ବ୍ଯଵଚାର୍ଯ୍ଯ ସାମଗ୍ରୀ ମୌଳିକ

     ନିୟନ୍ତ୍ରଣେ ରହୁ ଦର ; 

କି ଧନୀ ଗରିବ ସଭିଏଁ ସମାନ 

     ଖାଉଟି ତା ପରିଚୟ ।


ସୁପ୍ରଶାସନ ରଖ ବାରେ ପଣ

   ଉପଭୋକ୍ତା ହେଉ ଖୁସି ;

ସୁଲଭ ଦରରେ ସାମଗ୍ରୀ କ୍ରୟରେ

    ଖରଚ ନକରୁ ବେଶି ।


କଠୋର ଆଇନ ହେଉ କାର୍ଯ୍ୟକାରୀ

     ଖାଉଟି ସୁରକ୍ଷା ପାଉ; 

ଓଜନ ନିକିତି ରହୁ ହେ ସଠିକ

     ନିର୍ଦ୍ଧାରଣ ହେଉ ଭାଉ ।


ବିଶ୍ଵ ଦରବାରେ ଭାରତୀ ମା' ହସେ

     ଖାଉଟି କଲ୍ୟାଣ କରି; 

ଖାଦ୍ୟ ସୁରକ୍ଷାର ମହା ସୁତ୍ରଧର

    ଭାରତୀୟ ନରନାରୀ ।

      

ମହାନ ଭାରତ ମହାନ ଏ ରାଷ୍ଟ୍ର

    ଜନ ମଙ୍ଗଳର ଦେଶ,

ଖାଉଟି ଦିବସେ ସଂକଳ୍ପରେ ସତେ

     ସାକାର କରିବ ସ୍ବପ୍ନ ।।


Rate this content
Log in