ଫଣି
ଫଣି
ଚାରିଆଡେ ଶୁଭୁଥିଲା ଫଣିର ଫୁତ୍କାର
ଆକାଶରେ ଘୋଟିଥିଲା ଘୋର ଅନ୍ଧକାର
ମଣିଷଠୁ ପଶୁଯାଏ ଥିଲେ ଆତଙ୍କିତ
ଚାରିଆଡେ ଶୁଭୁଥିଲା ,
ତ୍ରାହିମାଂ ତ୍ରାହିମାଂ ପ୍ରଭୁ
ରକ୍ଷା କର ହେ ଜଗତ ଠାକୁର ।
ସୁ ସୁ ଘୁ ଘୁ ଶବଦରେ ତାର
ପ୍ରକମ୍ପିତ ହେଉଥିଲା ଏ ମହୀ ମଣ୍ଡଳ
ଗୋଟେ ପରେ ଗୋଟେ ହୋଇ
ଉଡୁଥିଲା ଚାଳରୁ ଛପର
କୋଉଠି ଉଡୁଥିଲା ପାଲ ତ
କୋଉଠି ଟଳିପଡୁଥିଲା ଦ୍ରୁମ
ଫଣିର ଚୋଟରୁ କାହାକୁ ବି ନଥିଲା ନିସ୍ତାର ।
କିନ୍ତୁ....
ସଯତ୍ନେ ଗଢ଼ି ଥିବା ବାଇଆ ବସାଟି
ଦୋଳାୟୀତ ହୋଇ ଦେଖାଉ ଥିଲା ଖେଳ
ବାଇଆର କି ଅବା ଯାଏ
ତା ବସା ତ ଦୋହଲୁଛି ଆଉ ଦୋହଲୁ ଥିବ
ଦ୍ରୁମଟି ଟଳିବା ଯାଏ ।
ଖିଲି ଖିଲି ହୋଇ ହସୁଥିଲା ଘାସ ଫୁଲ ଟିଏ
ମନେ ମନେ କହୁଥିଲା
ଫଣି ଆସୁ କି ତିତିଲି ସେତ ଛୋଟ ଘାସ ଫୁଲଟିଏ
ତାକୁ ନା ଅଛି ଭାଙ୍ଗିବାର ଡର
ନା ଉଡିଵାର ଡର ,ଏମିତି ତ ସେ ହସୁଥିବ
ଚିରଦିନ ରହି ଲୋକଙ୍କ ପାଦତଳ ।
ପାଞ୍ଚ ଘଣ୍ଟାର ତାଣ୍ଡବ
ସରିଗଲା ଫଣିର ଫୁତ୍କାର
ହେଲେ ଏବେ ପାଲତଳେ ସ୍ୱପ୍ନ ଦେଖୁଥିବା
ଏ ମଣିଷ ତୁଣ୍ଡରୁ ଶୁଭେ ଖାଲି
ହା ଅନ୍ନ ହା ଅନ୍ନ ଚିତ୍କାର ।