Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

କୁଆଡ଼େ ଯାଉଛି ଯୁଗର ଗତି

କୁଆଡ଼େ ଯାଉଛି ଯୁଗର ଗତି

1 min
6.8K


କୁଆଡ଼େ ଯାଉଛି ଯୁଗର ଗତି

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଦେଖିଲେ ଝିଅ ସୁନ୍ଦରୀ

ଟୋକାମାନେ ପକାନ୍ତି ଶୁଶୁରି

ଚାହାନ୍ତି ତାକୁ ଘୂରି ଘୂରି

ଏ ସମୟର ରିଅଲ୍ ଷ୍ଟୋରୀ ।

 

       ଏ ଯୁଗର ଗୌରୀ ଭାରି ଚତୁରୀ

       ନିଇତି ଦେଖୁଛି କେତେ ନୂଆ ଯାତିରୀ

       ହୋଇଯାଉଛି ପୂରାପୂରି ସୁତୁରୀ

       କରୁନି ଏମାନଙ୍କୁ ଆଉ ଖାତିରି ।

 

ମଡର୍ଣ୍ଣ ଯୁଗର ଥିଓରୀ

ଏକ ନରକୁ ତିନି ସହଚରୀ

ତିନି ନାରୀକୁ ଏକ ଭାରୀ

ମର୍ଯ୍ୟାଦା ଯାଇଛି ସରି ।

 

       କଲେଜ୍ ହେଉ ବା ପିକ୍ଚର୍ ହଲ୍

       ରାସ୍ତାଘାଟ, ପାର୍କ ହେଉ ବା ମଲ୍

       ଶୁଭୁଛି ଆଧୁନିକ ପ୍ରେମର କଲ୍

       କିସ୍-ର ହେଉଛି ଫ୍ରି ଫଲ୍ ।

 

ବିଦେଶୀଙ୍କ ସାଙ୍ଗେ ହୋଇଛି ଚୁକ୍ତି

ବଢ଼ାଇବେ ଦେଶର ମାନ, ପ୍ରଗତି

ଚତୁର୍ଦ୍ଦିଗେ ଆଜି ବିଦେଶୀ ସଂସ୍କୃତି

ମାନ ରଖିବାକୁ ସମସ୍ତଙ୍କ ଭକ୍ତି ।

 

       ପ୍ରତି ଛକରେ ବିଦେଶୀ ଗଙ୍ଗାଜଳ ଦୋକାନ

       ପିଇକରି ଚାଲୁଛନ୍ତି ଟନାଟନ୍

       କାମନାର ବାଣେ ହୋଇ ଅନ୍ଧ

       ଏକୁ ଚାରି ଭାଙ୍ଗିଛନ୍ତି ସବୁ ବନ୍ଧ ।

 

ପ୍ରେମର ଏକ୍ସପୋର୍ଟ ବିଦେଶକୁ

ଲଭ୍-ର ଇମ୍ପୋର୍ଟ ଦେଶକୁ

ବିଦେଶୀ ନେଇଗଲେ ରାମଙ୍କୁ

ଆମେ ଧରି ଆଣିଲେ ସନି ଲିୟନ୍-ଙ୍କୁ ।

 

       ଏବେ ଗୋଳମାଳ ସଂସ୍କୃତିର ଶୁଭାରମ୍ଭ

       ଭାଲେଣ୍ଟାଇନ୍ ଡେ ହୋଇଛି ଆରମ୍ଭ

       ମାନସିକତାରେ ଏବେ ବିକୃତି

       ଦେଖ୍ ତାକୁ – କୁଆଡ଼େ ଯାଉଛି ଯୁଗର ଗତି !

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy