Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ଆମେ କେତେ ସ୍ୱାଧୀନ

ଆମେ କେତେ ସ୍ୱାଧୀନ

1 min
7.3K


ପୂର୍ଣ୍ଣ ସ୍ୱାଧୀନତା ଆମ ମନବାଞ୍ଛା

ମାଆ ଭାରତୀର ସ୍ୱପ୍ନ ;

ଭାଷଣ ବାଜିରେ ତ୍ରିରଙ୍ଗାଟା ଉଡେ

ଘଟେ ଏଠି କେତେ ବିଗ୍ନ !


ଅହିଂସାର ମନ୍ତ୍ର ହେଲାଣି ବିବସ୍ତ୍ର

ନାହିଁ କେ ମହାନ ଅତ୍ମା ;

ସ୍ୱାର୍ଥ ସାଧନାରେ ରାଜନେତା ହଜେ

ପାଏ ପୁଣି ସର୍ବକ୍ଷମା !!


ନାରୀଜାତି ପ୍ରୀତି ଦୁଷ୍କର୍ମ ସମ୍ପତ୍ତି

ବ୍ୟଭିଚାରୀ ମୁଖେ ହସ ;

ସ୍ପଷ୍ଟ ଦିବାଲୋକେ ଉପଭୋଗେ ମାତେ ;

ସଭିଁଙ୍କୁ କରେ ସେ ବସ !!


ଦୁଷ୍କର୍ମ ରାକ୍ଷସ ରାଜପଥ ଷଣ୍ଢ

ନିର୍ଭୟରେ କରେ ପାପ ;

ଆରକ୍ଷୀ ବିପକ୍ଷି ପାରେ ନାହିଁ ଦେଖି

ସେ ଚକ୍ଷୁଥିବା ଅନ୍ଧ ନୃପ !!


ସ୍ୱାଧୀନ ତ୍ରିରଙ୍ଗା ବିଜୟର ଗାଥା

କୁନି ମୁନି କହେ ରାବି ;

ବଳିଷ୍ଠ ମଣିଷ ବୁଝେ ନାହିଁ ସତ

ଆଉକି ଉଇଁବ ରବି !!


ତ୍ରିତଳ ପ୍ରାସାଦ ରାଜତନ୍ତ୍ର ସୁଖ

ଗଣତନ୍ତ୍ର ବ୍ରହ୍ମଅସ୍ତ୍ର ;

ଲଭିନାହିଁ ଶିକ୍ଷା ସେହି ମାନବଟା

ସିଂହାସନେ ଅଳଙ୍କୃତ !!


କେତେ ତୁ ' ସ୍ୱାଧୀନ କହ ବାଇ ମନ

ତ୍ରିରଙ୍ଗାକୁ ଟିକେ ଦେଖି ;

ତ୍ରିରଙ୍ଗା ଉଡୁଛି ଫର ଫର ହୋଇ

ମନ ପ୍ରାଣ ଯାଏ ଲାଖି !!


ଏକି ସମାନତା ପ୍ରଶାସନ କର୍ତ୍ତା ?

ନାହିଁ ପୁଣି ଅନ୍ନଭୋଗ ;

କିଏ ଖାଇ ଯାଏ ସୁସ୍ୱାଦୁ ବ୍ୟଞ୍ଜନ

ଆଉ କେ ପାଏନି ସାଗ !!


ଭଙ୍ଗା କୁଡିଆ ରେ ସପନ ର ନିଦ

ଶୋଇଯାଏ ଭବିଷ୍ୟତ ;

ରଙ୍ଗ ମହଲରେ ବାରାଙ୍ଗନା ନାଚେ

ପ୍ରେମ ପ୍ରେମୀ ମନ ମିତ !!


ଆମେତ ସ୍ୱାଧୀନ ସୁଯୋଗ୍ୟ ସନ୍ତାନ

ବେକାରୀ କୁଶଳୀ ଜନ ;

କରିଛୁ ପ୍ରତୀକ୍ଷା ମିଳିବ ସୁରକ୍ଷା

ମାଗିବୁନି କେଵେ ଧନ !!


ଜାଗ୍ରତ ପ୍ରହରୀ ମହାସେବାକାରୀ

ଜନନୀର ଯୋଗ୍ୟ ସୁତ ;

ଜଗିଛି ସୀମାରେ ଗୁରୁ ଦାୟିତ୍ୱରେ

ସେଇ ଏକା ପ୍ରାଣ ମିତ !!


ଏ ଅଗଷ୍ଟ ପନ୍ଦର ସ୍ମୃତିର ପରବ

ସଂଗ୍ରାମୀର ମୁକ ସାକ୍ଷୀ ;

ଦେଶପାଇଁ ଜିଏ ଜୀବନ ଦେଇଛି

ସୁମରି ବା ସର୍ବେ ମିଶି !!


ସଦାନନ୍ଦ ସାହୁ ;

ଧୁରୁଷୀଆ ; ଆଠଗଡ଼ ; କଟକ ;


Rate this content
Log in