Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

3  

Neelima Nivedita Behera

Others

ଶବ୍ଦମାନେ

ଶବ୍ଦମାନେ

1 min
6.7K


ଶବ୍ଦମାନେ ନିଃଶବ୍ଦ ହୁଅନ୍ତି ....

କିନ୍ତୁ କେତେବେଳେ ?

ଶୋଇଲାବେଳେ ତ ସ୍ଵପ୍ନ ଥାଏ 

ଚେଇଁଲାବେଳେ ଘେରି ରହିଥାଏ କୋଳାହଳ 

ହସିଲାବେଳେ ଚଅଁରି ଯାଏ ଓଠ 

କାନ୍ଦିଲାବେଳେ ଲୁହରେ ଭିଜୁଥାଏ ଆଖି ଯୁଗଳ

ତେବେ ଶବ୍ଦମାନେ 

କେମିତି ହୁଅନ୍ତି ଯେ ନିଃଶବ୍ଦ ?

ଈଶ୍ଵର କହି ପୂଜିଲେ 

ପଥର ତ ପଥର, ଓ' କରେ ମାଟି, ପାଣି, ଅନଳ 

ଥରେ ବିଶ୍ଵାସ ଥାପିଲେ 

ଚରାଚର ଠାରୁ ଚନ୍ଦ୍ରମା ଯାଏଁ ସବୁ ଲାଗେ ବିରଳ

ତଥାପି ସିଆଣିଆ ଶବ୍ଦମାନେ 

ନିଃଶବ୍ଦ ପାଲଟି ଯାଆନ୍ତି 

ନିରବତାର ନିରୋଳାପଣକୁ ଝୁଣି ଝୁଣି ଖାଆନ୍ତି

ହଁ ! ତଥାପି ଏ ନିଛୁଣିଆ ଶବ୍ଦମାନେ 

ନିଃଶବ୍ଦ ପାଲଟି ଯାଆନ୍ତି 

ନୀଳିମାର ନୀଳପଣକୁ ଢକ ଢକ କରି ପିଅନ୍ତି ।


Rate this content
Log in