ରତ୍ନାକର ଚମ୍ପୂ (ଡ)
ରତ୍ନାକର ଚମ୍ପୂ (ଡ)
1 min
284
ରତ୍ନାକର ଚମ୍ପୂ
(ଚୌପଦୀ ରତ୍ନାକର)
(13)
ସଖୀ
ରାଗ - କାମୋଦୀ -ଏକତାଳି
ଡାକେ ସଖି ନଶୁଣେ ଶ୍ୟାମ କାହିଁକି
ଡାକିମଧ୍ୟାରେ ଆଉ ମନେ ନାହିଁ କି(ଘୋଷା)
ଡରିବୁ ବୋଲି ଆମ୍ଭେ, ଲୁଚି ତ ସିନା ତୁମ୍ଭେ
ଆମ୍ଭର ଦମ୍ଭ ବିଡିବାର ପାଇଁ କି (1)
ଡାଳିମ୍ବ ସୁଦଶନା, ଡରିବ ତୁଚ୍ଛା ସିନା
ଡରେ ଘରେ ଯେ ଦେଖି ନିଜ ଛାଇକି(2)
ଡକାଇ ଏତେ ସରି,କରୁଛି ଯାହା ହରି
କାଲି ପାରିବ ସଖି ମୁଖ ଚାହିଁକି (3)
ଡମ୍ବରୁମଧ୍ୟା ଯେବେ, ମାନିନୀ ହେବ ତେବେ
ଜଗଦ୍ଦେବ ପାରିବ ସମଝାଇ କି (4)