Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shaktiprada Mohapatra

Others

2  

Shaktiprada Mohapatra

Others

ନାଇଁ ନାଇଁରେ ହଁ

ନାଇଁ ନାଇଁରେ ହଁ

1 min
6.8K


ତମସା ନାଇଁ ତ ଦିବସ ନାଇଁ

ଦିବସ ନାଇଁ ତ ବିଶ୍ଵାସ ନାଇଁ

ବଉଦ ନାଇଁ ତ ନୀରଦ ନାଇଁ

ନୀରଦ ନାଇଁ ତ ଜୀବନ ନାଇଁ

ଝରଣା ନାଇଁ ତ ନଦୀ ବି ନାଇଁ

ପାହାଡ଼ ନାଇଁ ତ ପ୍ରପାତ ନାଇଁ

ବସନ୍ତ ନାଇଁ ତ କୋଇଲି ନାଇଁ

କୋଇଲି ନାଇଁ ତ କୁହୁ ବି ନାଇଁ

କୁହୁ ନାଇଁ ତ ସୁର ନାଇଁ

ସୁର ନାଇଁ ତ ସୁରଭି ନାଇଁ

ସୁରଭି ନାଇଁ ତ ମଧୁପ ନାଇଁ

ମଧୁପ ନାଇଁ ତ ଭ୍ରମର ନାଇଁ

ଭ୍ରମର ନାଇଁ ତ ପ୍ରେମ ଵି ନାଇଁ

ପ୍ରେମ ନାଇଁ ତ ପ୍ରଜାତି ନାଇଁ

ପ୍ରଜାପତି ନାଇଁ ସତ ରଙ୍ଗ ନାଇଁ

ସାତ ରଙ୍ଗ ନାଇଁ ତ ଇନ୍ଦ୍ରଧନୁ ନାଇଁ

ଇନ୍ଦ୍ରଧନୁ ନାଇଁ ରଙ୍ଗର ଛିଟା ନାଇଁ

ରଙ୍ଗ ଛିଟା ନାଇଁ ତ ସପନ ନାଇଁ

ସପନ ନାଇଁ ତ ଜୀବନ ନାଇଁ

ଜୀବନ ନାଇଁ ଯୁଦ୍ଧ ବି ନାଇଁ

ଯୁଦ୍ଧ ନାଇଁ ତ ପ୍ରାପ୍ତି ନାଇଁ

ପ୍ରାପ୍ତି ନାଇଁ ତ ଶାନ୍ତି ନାଇଁ

ଶାନ୍ତି ଭିତରେ ତମେ ଅଛ

ହେଲେ, ତମେ ନଥିଲେ ମୁଁ ନାଇଁ

ମୁଁ ନଥିଲେ ତମେ ନାହଁ

ତମେ ନଥିଲେ ମୁଁ ନାଇଁ ।।

ଶକ୍ତି ପ୍ରଦା ମହାପାତ୍ର, ଜି/୨,

ରାଜା ବଗିଚା, ଲେବର୍ କଲୋନୀ, କଟକ-୯


Rate this content
Log in