Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

ଅମାନିଆ ମନ

ଅମାନିଆ ମନ

1 min
6.2K


ମନକୁ କହିଲି କାହିଁ ଧାଉଁଛୁ

ଟିକେ ରହିଯା’ ବୋଲି

ମାଡି ଚାଲିଲା ଅମାନିଆ ହୋଇ

ପ୍ରଖର ବେଗରେ ଖାଲି

ଶୁଣିଯା’ ଥରେ କହୁଛି ତତେ

ଅସ୍ଥିର ହେଉଛୁ କେତେ

କି ଲାଭ ତୁ ପାଉଛୁ

ନାନା ଆଶା ଦେଉଛୁ

ଯାହା ଇଚ୍ଛା ତାହା କରୁଛୁ

ମାନ ଅପମାନ ତୋ ହାତେ

ଆନନ୍ଦ ସହିତ ବିଷାଦକୁ ନେଇ

ମନରେ ରହିଛି ଘେରି

ମୁକୁଳି ପାରେନି ଏଥିରୁ ଯମା

ଲକ୍ଷ୍ୟହୀନ ପଥେ ଘୁରି

କଣ କରିବ ବିଚାରା ମନ

ଶାନ୍ତିରେ ପାରୁନି ବଞ୍ଚି

କିଏବା ବୁଝୁଛି ମନର ଭାବ

ସୁଖ,ଦୁଃଖରେ ଅଛି

ଡକ୍ଟର ଝରଣା ଶତପଥି

ଭୁବନେଶ୍ବର


Rate this content
Log in