Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

4.5  

ବି. ନିରୁପମା

Others

ସାଧବ ବୋହୂ

ସାଧବ ବୋହୂ

1 min
7.3K



ସାଧବବୋହୂ ଲୋ ସାଧବବୋହୂ ,

ତରତର ହୋଇ କେଣିକି ଯାଉ-

ଆ'..ଆ ଲୋ ବସିବା ମିତ ;

ତୁ କହିବୁ ମୋତେ କାହାଣୀ ଗୋଟିଏ,

ମୁଁ ଶୁଣାଇବି ଗୀତ ।


ଶୁଣାଇବୁ ସେଇ ଅତୀତ କଥା ,

ସାଧବ ପୁଅର କୀରତି ଗାଥା-

ଜାଭା,ସୁମାତ୍ରା ସେ ଯାଇ ;

ପରତେ ନୋହୁଛି,ବୋଇତେ କେମିତି

ଆଣୁଥିଲା ଧନ ବୋହି ।


ବତାଇବୁ ପୁଣି ସେଇ କଥାଟି ,

କି ମହାନ ଥିଲା କଳିଙ୍ଗ ମାଟି-

କହିବୁ ସେ କାଳ କଥା ;

ଓଡ଼ିଆ ପୁଅଟି ଗରବେ କେମିତି,

ଚାଲୁଥିଲା ଟେକି ମଥା ।


ଶରଧାରେ ଯେବେ ଶୁଣିବୁ ବସି ,

ନାନାବାୟା ଗୀତ ଗାଇବି ହସି-

କରିବୁନି ମନ ଊଣା ;

ଏଇ ରାଇଜର ଟେକ ରଖିବୁ ଲୋ

ଯେତେ ଲକ୍ଷ୍ମୀ ସର୍ବଗୁଣା ।



ବି ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।

୭୫୯୧୨୪


Rate this content
Log in