Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SIPRA NAMTA

Others

2  

SIPRA NAMTA

Others

ଆତ୍ମ ବନ୍ଦୀ

ଆତ୍ମ ବନ୍ଦୀ

1 min
6.7K



ବହଳିଆ ଅନ୍ଧାରର ପରସ୍ତ ପରସ୍ତ କାଳିମା

ନେସିଯାଏ ଆକାଶରେ ,

କେବେ ତୁମ ହୃଦୟର ଅଳିନ୍ଦ ନୀଳୟରେ ,

କେବେ ଦୂର ଦିଗବଳୟ ଆରପଟେ ,

କେବେ ଆବେଗର ସୁପ୍ତ କୋଠରୀରେ ।।


କେବେ ତୁମ ଛଂଦାୟିତ ଚରଣର ସ୍ପର୍ଶ

ପଡେ ସବୁଜ ଗାଲିଚାର ,

ମୁକ୍ତା ସମ ଢଳ ଢ଼ଳ ବିନ୍ଦୁରେ ,

ଭିଜା ମାଟି ବାସର ଗନ୍ଧ କୁହୁଳେ ମୋ ଛାତିର ,

ଅଗଣାରେ , ଅଦିନ ୠତୁରେ ।।


ସ୍ନାୟୁରେ କମ୍ପନ୍ନ ତୋଳେ ,

ଅବା ଭରେ ଅବସାଦ ଦେଖି ତୁମ ଅଙ୍ଗରାଗ ,

ତୃଷା ମେଣ୍ଟେନାହିଁ ସେ କାମନାର ,

ଅବଶୋଷେ , ପୃଥୀ ପାଣ୍ଡୁରିଆ ଦିଶେ ,

ଆଶ୍ଲେଷର ବନ୍ଧନରେ ନିବିଡ ଅବବୋଧ ।।


ପ୍ରଣୟର ବାସ ଛୁଟେ ନିଦାଘର ତାପେ

ମଲ୍ଲୀ ,ହେନା, ଜୁଈ, ଯାଇ ଚମ୍ପକର ସ୍ତବକ ,

ଝାଉଁଳା ଅପରାନହେ ବିଜୁଳୀ ରଥରେ ବସି ,

ମେଘମେଦୁରର ଧାର ଦେଇଯାଏ ,

ଚୁମ୍ବନର ଶୀତଳ ସ୍ପର୍ଶକ ।।


ବାତାୟନ ଫାଙ୍କେ ସୁମୁଖୀ ଜହ୍ନର ଦରଫୁଟା ଯୌବନ

ଲୁଚାଛପା ଖେଳ ଭସା ବାଦଲର କାଂଥେ ,

ଆଖି ମିଟିକା ତାରା ଦପ କରି ଲୁଚିଯାଏ ,

ଅଦେଖା ଦହନ ଜାଳେ ବେଦନାର କୋହ ତଳେ ,

ଆତ୍ମବନ୍ଦୀ ମନକୁ ମୋର ନୀରବ ଯନ୍ତ୍ରଣା ସାଥେ ।।


ସିପ୍ରା ନାମତା (ନମ୍ରତା )8249850168

ତୁକସିଚୌରା

ବାରିପଦା

ମୟୁରଭଞ୍ଜ


Rate this content
Log in