କାଳିଆ ଗୋସେଇଁ
କାଳିଆ ଗୋସେଇଁ
ଯଦି ପ୍ରଭୁ ଏଠି ମମତା ବନ୍ଧନ
ନୁହଁଇ ଖାଦ ବିହୀନ
ନିଜେ କୁହ ପ୍ରଭୁ ଖାଦ ମିଶା ହୋଇ
ବଞ୍ଚିବା କି ପ୍ରୟୋଜନ?
ନେଇଚାଲ ମୋତେ ସେହି ରାଇଜକୁ
ବଞ୍ଚିବି ଟିକେ ଭଲରେ
ଅଣନିଃଶ୍ୱାସୀ ମୁଁ ହୋଇଯାଉଅଛି
ମିଛ ମାୟା ଏ ସଂସାରେ
ବୁଝି ପାରୁଅଛି ପାପ କର୍ମ ଯୋଗୁଁ
ଦେଉଛ ଏଠି ଜନମ
ସତରେ କି ପ୍ରଭୁ ତୁମ ହାତେ ନାହିଁ
ଫେଡିବାକୁ ପାପ କର୍ମ?
ତଥାପି ଭରସା କରିଛି ତୁମକୁ
ବିକଳ୍ପ ବି କିଛି ନାହିଁ
ଅପେକ୍ଷା କରିଛି କେବେ ତୁମ ଦୟା
ହେବ କାଳିଆ ଗୋସେଇଁ
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©