Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Abstract

2  

Chittaranjan Lenka

Abstract

କାଳିଆ ଗୋସେଇଁ

କାଳିଆ ଗୋସେଇଁ

1 min
7.0K


ଯଦି ପ୍ରଭୁ ଏଠି           ମମତା ବନ୍ଧନ

ନୁହଁଇ ଖାଦ ବିହୀନ

ନିଜେ କୁହ ପ୍ରଭୁ      ଖାଦ ମିଶା ହୋଇ

ବଞ୍ଚିବା କି ପ୍ରୟୋଜନ?


ନେଇଚାଲ ମୋତେ     ସେହି ରାଇଜକୁ

ବଞ୍ଚିବି ଟିକେ ଭଲରେ

ଅଣନିଃଶ୍ୱାସୀ ମୁଁ         ହୋଇଯାଉଅଛି

ମିଛ ମାୟା ଏ ସଂସାରେ


ବୁଝି ପାରୁଅଛି        ପାପ କର୍ମ ଯୋଗୁଁ

ଦେଉଛ ଏଠି ଜନମ

ସତରେ କି ପ୍ରଭୁ        ତୁମ ହାତେ ନାହିଁ

ଫେଡିବାକୁ ପାପ କର୍ମ?


ତଥାପି ଭରସା            କରିଛି ତୁମକୁ

ବିକଳ୍ପ ବି କିଛି ନାହିଁ

ଅପେକ୍ଷା କରିଛି       କେବେ ତୁମ ଦୟା

ହେବ କାଳିଆ ଗୋସେଇଁ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in

Similar oriya poem from Abstract