Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୦୯

ବେସୁରା ଗୀତି-୭୦୯

1 min
7.0K


ଶ୍ରାବଣର ଜହ୍ନ ରାତି

ଛମ୍ ଛମ୍ ବର୍ଷାର ଇଙ୍ଗିତ

ଜହ୍ନକୁ ଘୋଡାଇ ଦିଏ

ଅମାନିଆ ମେଘ ର ପଣତ  ॥

କାହିଁକି ଆସିଛି ବର୍ଷା

କିଏ ତାକୁ ଡାକିଛି କି କୁହ

କାହିଁକି ଭିଜାଏ ଦେହ

ଧୋଇ ଦିଏ ସବୁ ଆଖି ଲୁହ  ॥

ଲୁହର ପସରା ଧରି

ବର୍ଷା ତୁମେ କାହିଁକି ଆସିଛ ?

ଭଙ୍ଗା ହୃଦୟ ଉପରେ

ନୂଆ ଏକ ଚାରାକୁ ରୋପୁଛ  ॥

ଭିଜିଲାଣି ସାରା ଦେହ

ଆଉ କେତେ ଭିଜାଇବ କୁହ  ॥

ଭାଙ୍ଗିବ କେତେ ହୃଦୟ

ଆଉ କେତେ ଝରାଇବ ଲୁହ  ॥

ପ୍ରୀତି ଭରା ରୂପ ତୁମ

ଯଦି ତୁମେ ଦେଖାଇଲ ନାହିଁ

ଚାଲି ଯାଅ ଏକା ଏକା

ଆଉ କାର ମନ ଭାଙ୍ଗ ନାହିଁ  ॥


Rate this content
Log in