Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

2  

Parshuram Biswal

Others

ହସିବ ଓଡ଼ିଶା, ହସିବ ତୋ ଚଷା

ହସିବ ଓଡ଼ିଶା, ହସିବ ତୋ ଚଷା

1 min
1.0K


ହସିବ ଓଡ଼ିଶା, ହସିବ ତୋ ଚଷା

 

                                              ପର୍ଶୁରାମ ବିଶ୍ୱାଳ

 

ବଡ଼ପଣରେ ଦେଖୁ ଧନରେ ଭାସିଗଲା ତୋ ଓଡ଼ିଆ ପୁଅ

ବୃଥା ଗରବ, ମିଛ ଖାତିରି ସିନା ଆଜି ତା’ର ପରିଚୟ

ସଜାଡ଼ିଲୁ ନାହିଁ, ଉଜୁଡ଼ିଗଲା ସେ

କେମିତି ସହେ ତୋ ଦେହରେ

ସତ କହ ସତ କହ ।

 

ହଟଚମଟରେ ରାଇଜ କମ୍ପୁଚି, ନାଆଁକୁ ଠାକୁର ପୂଜା

ଦେଖୁଅଛୁ ଯାହା ରଙ୍ଗବେରଙ୍ଗର ତୋରଣ ସେ ସାଜସଜ୍ଜା

ଭକତିଟି ନାହିଁ, ଭସାଣିରେ ଖାଲି

ବହୁଛି ମଦର ସୁଅରେ

ନିରବ ତୁ କିଆଁ କହ !

 

କାମ କରୁନାହିଁ ଦେଖୁଚୁ ତୋ ପୁଅ ଅକର୍ମା କି ହେଇଗଲା

ହାତପାଇଟିକି ଘୃଣା କରି ଜଗା କହ କେଉଁ ଲାଭ କଲା

ଅଭାବରେ ସଢ଼ିଯାଉଚି ଓଡ଼ିଶା

ଆଖିରୁ ବହୁଚି ଲୁହରେ

ବଢ଼ି ବଢ଼ି ଯାଏ କୋହ ।

 

ବୁଝେଇ କହିଦେ କାଳିଆ ତୋ ପୁଅ ଖଟିବ ସେ ରାତି ଦିନ

ସବୁ କାମ ଏକା ଭାବିବନାହିଁ ସେ କିଏ ବଡ଼ କିଏ ସାନ

ହସିବ ଓଡ଼ିଶା, ହସିବ ତୋ ଚଷା

ଗରିବ ମୂଲିଆ ପୁଅରେ

ତୋର ପାଦେ ଥବ ଲୟ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in