Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamala Satpathy

Comedy

3  

Kamala Satpathy

Comedy

ନଆସ ଅତିଥି ଦେବ

ନଆସ ଅତିଥି ଦେବ

1 min
321


ବନ୍ଧୁ ଆସିଛନ୍ତି ବୁଲିବାକୁ ଦେଖ

ନିହାତି ଅବେଳଟାରେ

ବିନା ନିମନ୍ତ୍ରଣେ ଏ ସମୟେ କେହି

ଯାଏ କି କାହାର ଘରେ !

କଲର୍ସ ରେ ଚାଲିଛି ବାଲିକାର ବଧୂ

ସେପଟେ ବେଟୀ ବିଦାଇ

ଏମିତି ବେଳରେ କାହିଁ ଆସିଗଲ

ଚା’ ପିଇବାର ପାଇଁ ?

କାଲିର ଘଟଣା ଥିଲା ଘମାଟିଆ

ଆଜିକୁ କଅଣ ହେବ

କେମିତି ସେସବୁ ଛାଡି ଉଠିଯିବି,

କୁହ ହେ ଅତିଥି ଦେବ !

ଆମେ ଭଲ ଅଛୁ, ତୁମେ ଭଲ ଅଛ

ତେବେ କାହିଁ ଫର୍ମାଲିଟି

କାମଦାମ ଛାଡି, ସିରିଅଲ୍ ନଦେଖି

ଆସିଲ ଦେଖେଇ ପ୍ରୀତି !

ଦିନସାରା କାମ କରି କରି ଥକି

ଯାଇଛି ପୁରା ଶରୀର

ତାହାକୁ ଆରାମ ଦେବାକୁ ହେ ବନ୍ଧୁ

ଏ ସିରିଅଲ୍ ଦେଖା ମୋର ।

ପାଞ୍ଚଟା ପୂର୍ବରୁ ଆସିଥିଲେ ତୁମେ

ହୋଇଥାନ୍ତେ ବସି କଥା

ଏ ବେଳରେ ଆସି ଭୁଲ୍ କରିଦେଲ

ବଢାଇଲ ମୁଣ୍ଡ ବ୍ୟଥା ।

କହିଲେ ତୁମକୁ ଖରାପ ଲାଗିବ

ସେଥିପାଇଁ ଚୁପ୍ ଅଛି

ଛାତି ତଳେ କିନ୍ତୁ ଅଶାନ୍ତିର ନିଆଁ

ହୁତୁ ହୁତୁ ଜଳୁଅଛି ।

ତୁମେ ପାଇଁ ଏବେ ବରା ଛାଣିବାକୁ

ନିଶ୍ଚେ ଶୁଣିବି ବରାଦ

ସ୍ୱାମୀଙ୍କର ମୋର କିବା ଯାଏ ଆସେ,

ସିରିଅଲ୍ ଗଲେ ମୋର ।

ନାହିଁ କରିଦେଲେ, ମୁହଁ ଫୁଲିଯିବ

ପରେ ହେବ ଯୁକ୍ତିତର୍କ

ତୁମ ଏ ଅଲଣା ପୀରତି ପାଇଁ କି

ଘର ପାଲଟିବ ନର୍କ ।

ବନ୍ଧୁବାନ୍ଧବଙ୍କ ଯୁଗ କେବେ ଠାରୁ

ବିତି ଯାଇ ସାରିଲାଣି

ଝରକା କବାଟ ବନ୍ଦ କରି ଟିଭି

ଦେଖିବା ସୁହାଇଲାଣି !

ଯେତେ ଶୀଘ୍ର ପାରେ ଯାଅ ତୁମେ ବରା

ଖାଇଦେଇ ଚାହା ପିଇ

ଗୋଟେ ନଦେଖିବା ବରଦାସ୍ତ କଲି

ଆରଟା ପାରିବି ନାହିଁ ।

କ୍ଷମା ମାଗୁଛି ହେ ଅତିଥି ଦେବ ମୋ

ରାଗ ରୋଷ ନକରିବ

ଆଉ ଦିନେ କେବେ ସିରିଅଲ୍ ସମୟେ

ଦ୍ୱାରେ ମୋର ନଆସିବ !


 


Rate this content
Log in