ଜୀବନ ଗୀତା-୧୪୯
ଜୀବନ ଗୀତା-୧୪୯
1 min
14K
ଜୀବନ ଗୀତା-୧୪୯
ଗୀତା ଷଡ଼ଙ୍ଗୀ
ଜୀବନର ବନ୍ଧୁର ପଥପରେ
ଲହୁଲୁହାଣ ମଣିଷ,
ପଥଧାରେ କେତେ ଯେ କଣ୍ଟାବଣ
ମିଳେନା ଟିକେ ଆଶ୍ୱାସ ॥୦॥
ରହସ୍ୟମୟ ଆଶଙ୍କାମୟ
ପଥପରେ ନିରନ୍ତର
ଚାଲୁଥାଏ ସିଏ,
ନିଜ ଲୁହ ନିଜେ ପିଇ
ବଞ୍ଚିବାକୁ ହୁଏ,
ଛାଇ ଟିକେ ମିଳେନା ପଥଧାରେ
ନେବାକୁ ଦଣ୍ଡେ ନିଶ୍ୱାସ ॥୧॥
ଅନ୍ଧାରମୟ ଯାତନାମୟ
ରାତ୍ରିରେ ଶୁଭେ କ୍ରନ୍ଦନ
ଯିଏ ହାରିଯାଏ,
ଆଗକୁ ବଢ଼ି ନପାରି
ଶେଷ ହୋଇଯାଏ,
ଆଶାର ପୁଣି ସୂରୁଯ ରଙ୍ଗାଏ
ପୂରୁବ ଦିଗ ଆକାଶ ॥୨॥
*****