Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance

2  

Prasant Kumar Nath

Romance

ପ୍ରିୟା ଆଉ କାଶତାଣ୍ଡି

ପ୍ରିୟା ଆଉ କାଶତାଣ୍ଡି

1 min
1.2K


ପ୍ରିୟା କହିଥିଲା ଆସିବ ନିଶ୍ଚୟ

ଅପେକ୍ଷା କରିବା ପାଇଁ

ବସି ବସି ମୋର ଦିନ ବିତିଗଲା

ପ୍ରତିକ୍ଷାରେ ଚାହିଁ ଚାହିଁ ।

ଭାବିଥିଲି ଟିକେ ପ୍ରେମର ଆଳାପେ

ମନଟା ଭିଜିବ ବୋଲି

ହେଲେ ସେହି ମନ ହୋଇଲା ଅଧିର

ସମୟ ଯିବାରୁ ଚାଲି ।

ବସିଲି ଯାଇ ମୁଁ ନଈ ଆର ପରେ

ମନକୁ ମୋହର ମାରି

ନିଜ ଅଜାଣତେ ଆଖିରୁ ମୋହର

ଲୋତକ ପଡିଲା ଝରି ।

ଦେଖିଲି ଆସୁଛି ଅଳସୀ ପ୍ରିୟା ମୋ

କାଶତଣ୍ଡି ହାତେ ଧରି

ଗୀତ ଗାଇ ପୁଣି ଖୁସିରେ ନାଚୁଛି

ଛୋଟ ପିଲାଟିଏ ପରି ।

କାନ ଧରି ମୋର ପାଖକୁ ଆସିଲା

କହିଲା କରିବ କ୍ଷମା

କାଶତଣ୍ଡି ସାଥେ ଖେଳୁଥିଲି ଟିକେ

ସମୟ ଦେଖିନି ଜମା ।

ଦୁଇ ହାତେ ତୋଳି ନେଲା ମୋ ମୁହଁକୁ

ଆଖିରୁ ପୋଛିଲା ଲୁହ

କହିଲା କାନ୍ଦନି ହସି ଦିଅ ଥରେ

ହୃଦନାଥ ପ୍ରାଣପ୍ରିୟ ।

କାଶତଣ୍ଡି ଶୋଭା ମନ କିଣିନେଲା

ସେପାଇଁ ହୋଇଲା ଡେରି

ଶୋଭାରେ ବିଭୋର ପାଗଳୀ ମନଟା

ସହଜେ ନ ପାରେ ଫେରି ।

ଭାବିଲି ସତରେ ପ୍ରିୟାକୁ ମୋହର

କାଶତଣ୍ଡି କ୍ଷଲ ଗୁଣି

କାଶତଣ୍ଡି ଆଉ ପ୍ରିୟାର ସମ୍ପର୍କ

ଆଜି ମୁଁ ପାରିଲି ଜାଣି ।


Rate this content
Log in