Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Pattanaik

Inspirational

3  

Saudamini Pattanaik

Inspirational

ସବୁ ସୁଖ ମୁଁ ପାଇଛି

ସବୁ ସୁଖ ମୁଁ ପାଇଛି

1 min
6.8K


ଯେବେ ଛୋଟ ବେଳୁ ପ୍ରଭୁ

ତୁମକୁ ମୁଁ ଜାଣିଛି,

ଯେବେ ଛୋଟ ବେଳୁ ପ୍ରଭୁ

ତୁମ ନାମ ଶୁଣିଛି ॥

ସେବେଠାରୁ ମନେ ମନେ

କେତେ ମୁହିଁ ଡାକିଛି,

ଯେତେ ଦୁଃଖ ପାଇଲେ ବି

କର୍ମ ଫଳ ଭାବିଛି ॥

ପ୍ରହଲ୍ଲାଦ ପରି ଭକ୍ତି

କରି ନାହିଁ ମୁହିଁ,

ଧ୍ରୁବ ପରି ପ୍ରଭୁ ମୋର

ନିଷ୍ଠା ବୋଧେ ନାହିଁ ॥

ଦ୍ରୌପଦୀ ପରିକା ପ୍ରଭୁ

ଡାକି ପାରୁ ନାହିଁ,

ସେଥିପାଇଁ ପ୍ରଭୁ ମୋତେ

କୃପା ମିଳୁନାହିଁ ॥

ବିଶ୍ଵାସେ ମିଳଇହରି

ଏତିକି ମୁଁ ଜାଣିଛି,

ତେଣୁ କରି ତୋର ପାଦ

ଆଶ୍ରା ମୁହିଁ କରିଛି ॥

ତୋ ଭଜନ ଗାଇ ଗାଇ

ଦିନ ମୋର ଯାଉଛି,

ମୋ ବିଶ୍ଵାସ ଭାଙ୍ଗିବନି

ଏତିକି ମୁଁ ମାଗୁଛି ॥

ସବୁ ସୁଖ ପାଇଛି

ମୁଁ ସବୁ ସୁଖ ପାଉଛି ॥

@ସୌଦାମିନୀ ପଟ୍ଟନାୟକ

ପାହାଳ

ଭୁବନେଶ୍ଵର


Rate this content
Log in

Similar oriya poem from Inspirational