ପ୍ରେମ ପୋଥି
ପ୍ରେମ ପୋଥି
ସଚ୍ଚିଦାନନ୍ଦଙ୍କ
ତିରୋଧାନ ପରେ
ସୁପୁତ୍ର ଦିବ୍ଯଶଙ୍କର,
ରାଜ ସିଂହାସନ
କଲେ ଆରୋହଣ,
ଉନତ୍ରିଂଶ ରାଜା
ବୋଲି ପ୍ରଜା ଗଣ ।
କହିଲେ,
ଗର୍ବ ଆମ ବାମଣ୍ଡାର •••
ସମର ଜ୍ବର ଓ
ଦୁର୍ଭିକ୍ଷରୁ ରାଜା
ରକ୍ଷା କଲେ ପ୍ରଜା ପ୍ରାଣ,
ପ୍ରଥମ ବିଶ୍ବ ଯୁଦ୍ଧର
ଠିକ୍ ପରବର୍ତ୍ତୀ,
ଲୋକଙ୍କ ଅବସ୍ଥା
ଦୁଃଖ ପରିଣତି ।
ଦେଖି କାନ୍ଦିଲେ ରାଜନ •••
ପ୍ରଜାଙ୍କୁ ଆରୋଗ୍ଯ
କରିବା ନିମନ୍ତେ
ନୃପତି ଗମନ କଲେ,
କଲିକତା ଠାରୁ
ଡାକ୍ତର ଆଣିଣ,
ଯୋଗାଇଲେ ଯତ୍ନେ
ଚିକିତ୍ସା ପ୍ରଦାନ ।
ପ୍ରଜା,
ମୃତ୍ଯୁ ମୁଖରୁ ଜୀଇଁଲେ •••
ସମର ଜ୍ବରର
ଠିକ୍ ପରେ ପରେ
ଦୁର୍ଭିକ୍ଷ ପଡିଲା ରାଜ୍ଯେ,
ପ୍ରଜାଙ୍କ ଜୀବନ
ରଖିଲେ ନୃପତି,
ଉନ୍ନୟନ କାର୍ଯ୍ଯ
ଆରମ୍ଭି ଝଟତି ।
ନିଯୁକ୍ତ କରିଲେ କାର୍ଯ୍ଯେ •••
ବ୍ରହ୍ମ ଦେଶର
ରେଙ୍ଗୁନ୍ ସହରୁ
ଟଙ୍କାକୁ ଛଅ ସେରରେ,
ଚାଉଳ ଆଣିଣ
ଆଠ ସେର ଦରେ,
ପରଜାଙ୍କୁ ଦେଲେ
ନିଜ ରାଇଜରେ ।
ଦିନ କଟିଲା ସୁଖରେ •••
ଉଣେଇଶ୍ ଶହ କୋଡିଏ
ସାଲରେ ନରେଶ
ପିତାଙ୍କ,
ସ୍ମୃତି ରକ୍ଷା ଉଦ୍ଦେଶ୍ଯରେ,
ସଚ୍ଚିଦାନନ୍ଦ ପାଠାଗାର
ସ୍ଥାପନ କରିଲେ,
ପୁସ୍ତକ ଆଣିଣ
ପାଠାଗାରେ ଦେଲେ ।
ନିଜ ରାଜଧାନୀ ଠାରେ •••
କୈଳାସ ପର୍ବତ
ପାଦ ଦେଶ ଠାରେ
ଶୈଳ ନିବାସ ନିର୍ମାଣି,
ଯଶ ରଖିଗଲେ
ଦିବ୍ଯଶଙ୍କର ରାଜା,
ଭାରି ଭଲ ବୋଲି
କହୁଥିଲେ ପ୍ରଜା ।
ସୁଖ ଲଭେ ଆଜି ଶୁଣି •••
କଏଦୀ ମାନଙ୍କ
ନିମନ୍ତେ ରାଜନ
ଉଣେଇଶ୍ ଶହ ଅଠର ସାଲେ,
ସ୍ଥାୟୀ କୋଠା ସାଥେ
ସୁଉଚ୍ଚ ପାଚେରୀ,
ବାମଣ୍ଡାର ହିତ
ଚିନ୍ତା ଚିତ୍ତେ ସ୍ମରି ।
ରାଜ୍ଯେ ସ୍ଥାପନ କରିଲେ •••
ସଚ୍ଚିଦାନନ୍ଦଙ୍କ
ସ୍ମୃତି ଉଦ୍ଦେଶ୍ଯରେ
ବାମଣ୍ଡା ଗଡ କଚେରୀ,
ଶ୍ରୀ ଦିବ୍ଯଶଙ୍କର
ତୋଳା ଆରମ୍ଭିଲେ,
ଅସମ୍ପୂର୍ଣ୍ଣ କରି
ପ୍ରାଣ ତ୍ଯାଗ କଲେ ।
ପ୍ରଜାଏ ହୋଇଲେ ଝୁରି •••
ଇନ୍ ଫ୍ଲୁଏଞ୍ଜା ରୋଗରେ
ତିରୋଧାନ ହେଲେ
ଉଣେଇଶ୍ ଶହ କୋଡିଏ ସାଲେ,
ଭାରି ଦୁଃଖ କଲେ
ବାମଣ୍ଡା ପରଜା,
ଆଉ ନାହିଁ ଆମ
ଅତି ପ୍ରିୟ ରାଜା ।
ବୋଲି କହିଣ କାନ୍ଦିଲେ •••
ବାମଣ୍ଡା ଗଡର
ଶେଷ ରାଜା ଥିଲେ
ଭାନୁଗଙ୍ଗ ତ୍ରିଭୁବନ,
ରାଜ ସିଂହାସନେ
ଅଭିଷିକ୍ତ ହୋଇ,
ପୂର୍ବ ପୁରୁଷଙ୍କ
ସ୍ମୃତି ରକ୍ଷା ପାଇଁ ।
କଲେ ନାନା କାର୍ଯ୍ଯ ମାନ •••
କଚେରୀ ନିର୍ମାଣ
କାର୍ଯ୍ଯ ଶେଷ କଲେ
ଭାନୁଗଙ୍ଗ ପ୍ରେମ ଚିତ୍ତେ,
ମାତ୍ର ବାର ବର୍ଷ
ରାଜୁତି କରିଣ,
ହସ୍ତାନ୍ତର କଲେ
ବାମଣ୍ଡା ଶାସନ ।
ଓଡିଶା ସର୍କାର ହସ୍ତେ •••
ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)
କବି କୁଟୀର
ଦଣ୍ଡାସିଂହା, ବାରକୋଟ
ଦେବଗଡ( ଓଡିଶା )
ମୋ- ୦୯୬୬୮୨୪୨୭୨୦