Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ସୁନାବେଶ

ସୁନାବେଶ

1 min
6.1K



ରଥାରୂଢ ଶ୍ରୀଜୀଉଙ୍କ

ଆହା କି ବିରଳ ବେଶ

ଏତ ଖୁବ୍ ଦୁର୍ଲଭ ବେଶ

ବେଶ୍ ଆକର୍ଷଣୀୟ ବେଶ

ଏଠି ଖାଲି ପ୍ରକଟିତ ହେଉଛି

ଐଶୂର୍ଯ୍ୟ ଓ ମାଧୁର୍ଯ୍ୟର ଭାବ

ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ

ଆଭୁଷିତ ଖୁବ୍ ସୁନ୍ଦର ବେଶ

ଦେବତାଙ୍କ ଦେବ ରାଜାଧିରାଜଙ୍କ

ରାଜା ରାଜେଶ୍ୱର ବେଶ

ମନୋରମ ଓ ପୂଣ୍ୟପ୍ରଦ ବେଶ

ମହାପ୍ରଭୁଙ୍କ ସବୁଠୁ ଶ୍ରେଷ୍ଠ ବେଶ

ସର୍ବଧର୍ମ ତଥା ସମନ୍ୱୟର ବେଶ

ଏ ହେଉଛି ବଡ ଚଢାଉ ବେଶ

ନାଁ ଯାହାର ସୁନାବେଶ l


ସେ ବେଶ ଦର୍ଶନ ନିମନ୍ତେ

ବଡଦାଣ୍ଡ ଯାଇଛି

ପାଲଟି ଜନସମୁଦ୍ର l

ସେଠି ଘଟିଛି ମହାମିଳନ

ଭକ୍ତ ସହ ଭଗବାନଙ୍କର l

ହରିବୋଲ, ହୁଳହୁଳି,

ଜୟ ଜଗନ୍ନାଥ ଧ୍ୱନୀ ସହ

ଭାବ ଓ ଭକ୍ତିରେ

ଉଚ୍ଛୁଳେ ବଡଦାଣ୍ଡ l

ଜାତି ଅଜାତି ଭୁଲି

ସମସ୍ତେ ହୁଅନ୍ତି ଏକାକାର l


ଜୟ ଜଗନ୍ନାଥ l


********************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in