Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

କବିତା କବିର

କବିତା କବିର

1 min
6.8K


କବିତା କବିର ମନର ମାନସୀ

ହୃଦୟ ତଳର କଥା

ପ୍ରୀତିର ରାଗିଣୀ ପ୍ରେମର କାହାଣୀ

ସ୍ମୃତି ଭାବପ୍ରବଣତା (1)

କବିତା କବିର ତୁଳସୀ ମୂଳରେ

ଜଳୁଥିବା ଦୀପ ଟିଏ

କାଶତଣ୍ଡୀ ଘେରା ଗାଁ ନଈ ପଠା

ମଝିର ମନ୍ଦିର ଟିଏ(2)

କେବେ ପ୍ରଜାପତି ହୁଏ କବି ମନ

କେବେ ଲାଜକୁଳୀ ଲତା

ସାଧବ ବୋହୂର କୁହେ ମନ କଥା

ଗାଏ ଝରଣା କବିତା (3)

ସ୍ନେହରେ ତରଳ ପ୍ରୀତିରେ ପାଗଳ

ଲେଖୁଥାଏ ମନ କଥା

ନିଁଝୁମି ରାତିରେ ଶୁଣାଏ ଜହ୍ନକୁ

ତାର ଜୀବନ କବିତା (4)


Rate this content
Log in