କନ୍ୟାରତ୍ନ ଘୃଣିତ କାହିଁକି?
କନ୍ୟାରତ୍ନ ଘୃଣିତ କାହିଁକି?
ମୁଁ ଜଣେ ଝିଅ
ଏହାହିଁ ମୋର ଭୁଲ ବୋଧେ
ତଥାପି ମୋର କ’ଣ ଭୁଲ..
ଆଜିବି ଖୋଜି ଉତ୍ତର ପାଉନି....
ମୁଁ ତ କାହାର ଦୋଷ କରିନି..?
ହେଲେ ମୁଁ ଦୋଷୀ କାହିଁକି...?
ମୁଁ ତ କିଛି ପାପ କରିନି...?
ହେଲେ ମୋତେ ଘୃଣା କାହିଁକି....?
ମୁଁ ତ କାହାର ଅନ୍ୟାୟ କରିନି
ହେଲେ ମୋ ପ୍ରତି ଅନ୍ୟାୟ କାହିଁକି...?
ମୁଁ ତ କାହାକୁ କିଛି କହିନି
ହେଲେ ମୋ ନାଁରେ ଏତେ ଅପବାଦ କାହିଁକି..?
ମୁଁ ତ କାର କିଛି ନେଇ ଯାଇନି
ହେଲେ ମୋ ଉପରେ ଲୋଲୁପ ଦୃଷ୍ଟି କାହିଁକି...?
ମୁଁ ତ କାହାର ଅନିଷ୍ଠ କରିନି
ହେଲେ ମୁଁ ଜନ୍ମ ନେଲା ମାତ୍ରେ ମାରିବା ଚିନ୍ତା କାହିଁକି..?
ଓଃ...ମୁଁ ବୁଝିପାରୁଛି...
ମୁଁ ଜଣେ ଝିଅ..
ଝିଅ ଜନମ ନେବାଟା ବୋଧେ ମୋର ଭୁଲ...?
ହେଲେ ଟିକେ ଚିନ୍ତା କଲ...
ସ୍ତ୍ରୀ ଦରକାର..
ମାଆ ଦରକାର..
ଭଉଣୀ ଦରକାର....
ହେଲେ କନ୍ୟା....
କାହିଁକି ନୁହଁ.....
ସତରେ ଏହା କ’ଣ ନ୍ୟାୟ...
ପ୍ରଶ୍ନ ମୋର ଏ ସମାଜ ପାଇଁ...
ହେଲେ ଉତ୍ତର କା ପାଖରେ ନାହିଁ....
ବୋଧେ ସମସ୍ତେ ଅସମର୍ଥ...ଉତ୍ତର ଦେବାକୁ....
ତଥାପି ପ୍ରଶ୍ନ ରହିଲା ଥରେ ବିବେକକୁ ଉତ୍ତର ପଚାରନ୍ତୁ...
ଆଶା ନିଶ୍ଚୟ ଉତ୍ତର ପାଇବେ...
କାରଣ ମୋର ବି ବଞ୍ଚିବାର ଅଧିକାର ଅଛି
ଯାହା ସମାଜ ଛଡେଇ ନେଇଛି.........
।।ନିରଞ୍ଜନ ସାହୁ।।