Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଜଳାଏ ସେ ଏକା ଦେହ-ମନ ତା’ର

ଜଳାଏ ସେ ଏକା ଦେହ-ମନ ତା’ର

1 min
6.6K


ଜଳାଏ ସେ ଏକା ଦେହ-ମନ ତା’ର

 

ପର୍ଶୁରାମ ବିଶ୍ୱାଳ

 

କି କହିବି ଜଗା ମୋର ମୁଣ୍ଡେ ଈର୍ଷା କାହୁଁ ଆସିଗଲା ବସି

ଯେତେ ଚାହିଁଲେ ବି ମୁକୁଳିପାରୁନି, ଧରିଛି ମତେ ଆକର୍ଷି

କିମିତି ଏ ଭୂତ ଛାଡ଼ିବ ମୋହର

କହ ମୋ କାଳିଆ ଶଶୀ ।

 

ନିନ୍ଦାଟି ତାହାର ଝିଅ ମୁଁ ଜାଣି ବି ତାକୁ କଲି ଆପଣାର

ବୁଝିପାରୁନାହିଁ କି ଥିଲି କି ହେଲି ସତରେ କଳାଠାକୁର

କା’ର ସୁଖ ଶୀରି ଦେଖିଦେଲେ ନେତ୍ରେ

କହୁନି ମୁଁ ପଦେ ହସି ।

 

ଚାହେଁ ମୋର ମନ ସଂସାରଯାକର ଯେତେ ସେ ସରଗସୁଖ

ଭୋଗ ଦଖଲ ମୁଁ କରନ୍ତି କି ଏକା, ସମସ୍ତେ ପାଆନ୍ତୁ ଦୁଃଖ

ଏ ଭାବନା ମୋର ମନରାଇଜରେ

ରାଜୁତି କଲାଣି ଆସି ।

 

ଆଜି ମୁଁ ବୁଝୁଛି ପରଶ୍ରୀକାତର ଈର୍ଷା ଆସିଗଲେ କା’ର

ଜଳାଏ ସେ ଏକା ଦେହ-ମନ ତା’ର, ହୁଏ ସେ ଏକା ଶିକାର

ଛଡ଼ାଇପାରିବ ନାହିଁ କେବେ ସିଏ

ଅନ୍ୟର ସେ ହସ ଖୁସି ।

 

ଦୁର୍ଲଭ ମଣିଷ ଜନମ ବେକାର ଆଜି ଏଇ ଈର୍ଷା ପାଇଁ

ନିଜ ସ୍ୱାର୍ଥେ ଅନ୍ଧ ହେଇଚି ଠାକୁର, ପର କଥା ଚିନ୍ତା ନାହିଁ

ଯେ’ ଦୁଃଖ ପାଇଛି ଭୁଲିହେଉନାହିଁ

       ଏଇ ଈର୍ଷାକୁ ଭରସି ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in