ଜୀବନ ଗୀତା-୨୬୯
ଜୀବନ ଗୀତା-୨୬୯
ଜୀବନ ଧାଉଁଛି ପ୍ରାଚୁର୍ଯ୍ୟ ପଛରେ
ପୁଣି ପ୍ରତିପତ୍ତି ପଛରେ
ଧାଇଁବା ପାଇବା ମଝିରେ ବଞ୍ଚୁଛି
ଜୀବନକୁ ଖାଲି ମିଛରେ ॥୦॥
ଡହଳ ବିକଳ ସାରାଟା ଜୀବନ
ପରାଭବର ନାହିଁ ଅନ୍ତ
ଅସହ୍ୟ ପୀଡନ ପାଏ ଅନୁକ୍ଷଣ
ତଥାପି ବୁଝେନା ତା ଚିତ୍ତ
କାଞ୍ଚନ କି ହୀରା ନୁହେଁ ତାର ମନ
ଗଢା ସେତ ସୁଦୁ କାଚରେ ॥୧॥
ଟିକିଏ ଆଘାତେ ଭାଂଗିଯାଏ ମନ
ଆଖିରୁ ଝରିଯାଏ ଲୁହ
ବୁଝିବି ଅବୁଝା ହେଉଥାଏ ଯାହା
କିଏବା ବୁଝାଇବ କୁହ
ତାଠାରୁ ମୁରୁଖ ନାହିଁ କେହି ଆଉ
ଓଲୁ କି ଫଳନ୍ତି ଗଛରେ ॥୨॥