ଜୀବନ ଗୀତା- ୭୮
ଜୀବନ ଗୀତା- ୭୮
1 min
6.7K
ଜୀବନ ଗୀତା - ୭୮
ହାଏରେ ଜୀବନ...
ରକତେ ଲେଖୁଛି ନିଜ ଇତିହାସ
ଲୁହରେ ଭିଜୁଛି ମୋର ପିନ୍ଧାବାସ
ହାବୁକାହାବୁକା ଉଠୁଅଛି କୋହ
ବଞ୍ଚିବାର ଆଉ ନାହିଁ ଆଶ ॥୦॥
ସଜଡା ଜୀବନ ଉଜୁଡିଯାଇଛି
ଅମଡା ବାଟରେ ଆଜି ମୁଁ ଚାଲିଛି
ହାଲୁକାଫୁଲୁକା ମନ ମୋର ଆଜି
କଣ୍ଟାର ଆଘାତେ ପାଏ ପ୍ରାସ ॥୧॥
ଯାତନା ରଜନୀ ବଢିବଢି ଯାଏ
ଜୀବନ ଯମୁନା ବିପରୀତ ବହେ
ଜଳକା ପରିକା ଚାହିଁ ମୁଁ ରହିଛି
ବିତି ଯାଉଅଛି ବର୍ଷ ମାସ ॥୨॥