Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୧୫

ଜୀବନ ଗୀତା-୩୧୫

1 min
115


ଜୀବନ କେବେ ଛନ୍ଦମୟ

ନୁପୂରର କମ୍ପିତ ନିକ୍ୱଣ

କେବେପୁଣି ସେ ନିଛାଟିଆ

ବେଳାର ନିଝୁମ ଝାଉଁବଣ ॥୦॥

କୁଳୁକୁଳୁ ହୋଇ ଗୀତ ଗାଇଗାଇ

ଧାଉଁଥିଲା ବେଳେ

ପଥେ ଆସେ ବାଧା

ଛନ୍ଦହରା ହୋଇ ଦଣ୍ଡେ ରହିଯାଇ

ଖୋଜିନିଏ ପୁଣି

ନୂଆ ଏକ ରାସ୍ତା

ଆଗରେ ତାର ପ୍ରେମମୟ

ସାଗରର ଆକୁଳ ଆହ୍ୱାନ ॥୧॥

ଝରୁଝରୁ ଦିନେ ଶୁଖିଯାଏ ଝର

ମାଡିଯାଏ ଦେହେ

ଖାଲି ବାଲୁଚର

ଶୁଷ୍କନଈ ଟିଏ ହୋଇ ପଡିରହେ

ଭେଟିପାରେ ନାହିିଁ

କେବେ ସେ ସାଗର

ଜୀବନ ତାର ଲୁହପୂର୍ଣ୍ଣ

ନୟନର ନୀରବ କ୍ରନ୍ଦନ ॥୨॥




Rate this content
Log in