Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୨୨

ସନେଟ -୨୨

1 min
6.9K


ନିଷ୍ପ୍ରାପ୍ୟ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଗାଇଛନ୍ତି ମଧୁ ରାଓ ଭକ୍ତ କବିବର

" ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର " ।।

ତାଙ୍କ ପବିତ୍ର ଭାରତୀ ଅକ୍ଷରେ ଅକ୍ଷରେ

କରେ ସତ୍ୟର ପ୍ରକାଶ ନଶ୍ଵର ସଂସାରେ ।।

ପରିବର୍ତ୍ତନଶୀଳ ଏ ବିଚିତ୍ର ଜଗତେ

ଛାୟାବାଜି ଖେଳୁଅଛି ନିୟତି ନିରତେ ।।

ରାଜା ପରେ ରାଜା ଆସି ଗଲେଣି ଉଭେଇ

କରାଳ କାଳର କଶାଘାତକୁ ନ ସହି,

ଧର୍ମଭୀରୁ ଧୀରେ ଧୀରେ ହେଲେଣି ଅଧର୍ମୀ

ସମାଜବାଦର ଆଜି ସାଜିଛନ୍ତି କର୍ମୀ ।।

ବ୍ୟାମୋହ ମଦିରା ପାନେ ହୋଇ ଭ୍ରାନ୍ତମତି

ଭିଆଇ ନାନା ଅଶାନ୍ତି ଲୋଡୁ ଥାନ୍ତି ଶାନ୍ତି ।।

ଲଭିନାହିଁ ଶାନ୍ତି ନର ନ ଲଭିବ କେବେ

ଅଭିପ୍ସା ପୂରଣ ଭବେ ହୋଇବ କି ଲବେ ? ।।



ସମାପ୍ତ


Rate this content
Log in

Similar oriya poem from Classics