Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Drama Romance

5.0  

ବି. ନିରୁପମା

Drama Romance

ସତୀ ତୁମ ପ୍ରିୟତମା

ସତୀ ତୁମ ପ୍ରିୟତମା

1 min
350



ତୁମେ କୁହ ମୋତେ ସତୀ ଶିରୋମଣି

ଗୋପ ସାରା ରଟେ ନିନ୍ଦା ,

ସବୁ ଅପବାଦ ତୁଚ୍ଛ ମଣୁଛି ମୁଁ

ତୁମ ପ୍ରେମେ ହୋଇ ବନ୍ଧା ।


କେଉଁ ଛଟକରେ କେତେବେଳେ ସତେ

ମନ ନେଇଗଲ ଟାଣି ,

ଯେତେଥର ତାହା ମନେ ପକାଉଛି

ପାରୁନାହିଁ ଜମା ଜାଣି ।


ତୁମ ସହ ଟିକେ ଭେଟ ହେବାଲାଗି

ସୁଯୋଗ ଉଣ୍ଡୁଛି ସଦା ,

କଳସୀ ନିଗାଡ଼ି ନୀର ନାହିଁ କହି

ମିଛେଇ ହେଲିଣି ଅଧା ।


ଆଉ କେତେଦିନ ଏମିତି ଚାଲିବ

ଲୁଚା ଚୋରା ଭାବ ଦିଆ ,

କାହା ଆଗେ ଦାଣ୍ଡେ ମୁହଁ ଦେଖେଇକି

ହୋଇ ପାରୁନାହିଁ ଠିଆ ।


ତୁମରି ପ୍ରେମରେ ପାଗଳିନୀ ସିନା

କଳଙ୍କିନୀ ନୁହେଁ ଜମା ,

ଦୁନିଆ ଆଗରେ ପ୍ରମାଣିତ କର

ସତୀ ତୁମ ପ୍ରିୟତମା ।


Rate this content
Log in