ଜୀବନ ଗୀତା-୩୨୯
ଜୀବନ ଗୀତା-୩୨୯
1 min
324
ଜୀବନର ଯେତେ ନୀଳ ଅନୁରାଗ
ପାଲଟିଲା ନୀରବ ଯାତନା
ଏକାଏକା ସବୁ ମିଛ ଅଭିଯୋଗ
କରିବାକୁ ହୋଇଛି ସାମନା ॥୦॥
କୁହୁଳା ଦୁଃଖରେ ଜଳିଛି ଦିନସାରା
ଭଙ୍ଗା ହୃଦୟରେ ଚେଇଁଛି ରାତିସାରା
ତଥାପି ଦୁର୍ଦ୍ଦିନ ଯାଇନାହିଁ ଅଛି
ଦେବାପାଇଁ ଆହୁରି ଯନ୍ତ୍ରଣା ॥୧॥
ହଜିଲା ଖୁସିକୁ ଖୋଜିଛି କେତେଥର
ପାଇନି କେବେବି ଥରଟେ ଛୁଆଁ ତାର
ଜୀବନର ଏଇ ଲମ୍ବା କାଳରାତି
ପାହିବକି ନାହିଁ ମୁଁ ଜାଣେନା ॥୨॥