Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manoj Dalbehera

Others

3  

Manoj Dalbehera

Others

ବର୍ଷା

ବର୍ଷା

1 min
13.4K


ବର୍ଷା

ମନୋଜ ଦଳବେହେରା

ତମାମ୍ ଇଛା ସବୁକୁ

ମୃତ ବୋଲି ଘୋଷଣା କରି

ଆକାଶରୁ ଝରିଆସୁଥିବା ଲୁହସବୁକୁ

ସେମାନେ ଘୋଷଣା କଲେ ବର୍ଷା ବୋଲି ;

ହେଲେ ମୁଁ କିନ୍ତୁ ଜାଣେ

ଏହା କାହା ଛାତି ତଳ

ପୁଞ୍ଜିଭୂତ କୋହ ,

ତତଲା ଝାଞ୍ଜିରେ ତରଳୁଥିଲା

ବୋହିଯିବ ବୋଲି

ଧାର ଧାର ଲୁହ ହୋଇ !

 

ଏବେ ତ ତୁମ ବର୍ଷାରେ

ପୋଡା ହୃଦୟର ଗନ୍ଧ ,

ଛିନ୍ନ ସମ୍ପର୍କର ନିର୍ଲଜ ଇସ୍ତାହାର ;

କେଜାଣି କେମିତି ବତୁରିବି

ମୁଁ ଏ ବର୍ଷାରେ ?

 

ବର୍ଷାରେ ଭିଜିଲେ  ତ   

ସ୍ମୃତି ସବୁ ଉଖାରି ହେଉଛି

ଜଳୁଛି ଏ ଜୀବନ ଡହଡହ ହୋଇ ;

ବୋହିବ ବୋହିବ ହୋଇ

ବୋହି ବି ପାରୁନି

ଓଦା ମାଟିର  ସ୍ୱପ୍ନ ନେଇ !

--------

 

 

 

 

ବାରିପଦା

ମୋ : ୯୪୩୭୨୯୪୯୪୫

email : makudabe64@gmail.com


Rate this content
Log in