Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarada Parida

Others

3  

Sarada Parida

Others

ସେଇ ଝିଅଟି

ସେଇ ଝିଅଟି

1 min
6.8K


ସେଇ ଝିଅ ସ୍ମୃତି ମିଠା ଏକ ସ୍ଵପ୍ନ

ଫଗୁଣରେ ଫୁଲ ବନ

ବୈଶାଖୀ ସଞ୍ଜରେ ଶୀତଳ ସମୀର

ସିହରାଏ ତନୁମନ

ସେଇଝିଅ ସ୍ମୃତି ମିଠା ଏକ ଗୀତି

ଗାଇବାକୁ ଇଚ୍ଛାହୁଏ

ମିଠା ମିଠା ହସ ତାଜା ତାଜା କଥା

ତା କଥାରେ ରାତି ପାହେ

ସେଇ ଝିଅ ସ୍ମୃତି ଚୋରା ଚୈତାଳି

କୋଇଲିର କୁହୁତାନ

ମହ ମହ ବାସେ ଆମ୍ବ ବଉଳ କି

ତା ପାଇଁ ଉଚ୍ଛନ୍ନ ମନ

ତୋଫା ତୋଫା ସିଏ ଉଦିଆଁ ଜହ୍ନର

ତନ୍ଦ୍ରାଶିକ୍ତ ରାତିଟିଏ

ଅଳ୍ପ ଅଳ୍ପ ହସେ ପାଶେ ଆସି ବସେ

ସପନରେ ଦିଶିଯାଏ

ମନେପଡେ ବେଶୀ ସେଇଝିଅ ଆଜି

କେମିତିକା ସ୍ମୃତି ତାର

ନଥିଲି ତ କେବେ ନିଜର ମୁଁ ତାର

ହେଲେ ଭାବିନି ତାକୁ ମୁଁ ପର । 


Rate this content
Log in