ଆମ ଭାରତ
ଆମ ଭାରତ
ଦିନ ଥିଲା ଆମ ଭାରତ ଦେଶରେ
ନ ଥିଲେ ଚୋର କି ଖଣ୍ଟ
ଭିକ ମାଗିବାକୁ ଘୃଣା କରୁଥିଲେ
ଏମିତି ଥିଲେ ସଚ୍ଚୋଟ
ବିଦେଶୀ କୌଶଳ ସଫଳ ହୋଇଲା
ହୋଇଲେ ଆମେ ଶିକାର
ନିଜ ନିଜ ମଧ୍ୟେ କନ୍ଦଳ ଲାଗିଲା
ସେ ନେଲେ ଶାସନ ଭାର
ତାଙ୍କର ନୀତି ରେ ପ୍ରଭାବିତ ହୋଇ
ଭୁଲିଲେ ଆମ ଐତିହ୍ୟ
ଆମେ ଆଜି ଚୋର ଖଣ୍ଟ ସାଜିଗଲେ
ଭିକାରି ର ଛୁଟେ ସୁଅ
ସ୍ଵାଧୀନ ହୋଇଛେ କାଗଜ କଲମେ
କହୁଛୁ ଆମେ ମହାନ
ସତ କୁହ ବନ୍ଧୁ ଆମେ ସ୍ଵାଧୀନ
ନା ଆଗ ପରି ପରାଧୀନ?