Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଆଶିଷ ଦେବାକୁ ଆସିବୁ କାଳିଆ

ଆଶିଷ ଦେବାକୁ ଆସିବୁ କାଳିଆ

1 min
6.6K


ଆଶିଷ ଦେବାକୁ ଆସିବୁ କାଳିଆ

 

ପର୍ଶୁରାମ ବିଶ୍ୱାଳ

 

ଆଶିଷ ଦେବାକୁ ଆସିବୁ କାଳିଆ, କାଲି ପୁଅ ବାହାଘର

ସାଙ୍ଗରେ ଆଣିବୁ ଭୁଲିବୁ ନାହିଁ ତୁ ଲକ୍ଷ୍ମୀ ସାଆନ୍ତାଣୀ ମୋର

ବସିଛି ଅନେଇଁ ତୋ ବାଟକୁ ଚାହିଁ

ଦେଲି ନିମନ୍ତା ପତର ।

 

ତୁ ମହାପ୍ରସାଦ ବନ୍ଧୁ ବୋଲି ଜଗା ଗୁଆ ତତେ ଦେଉନାହିଁ

କାମରେ ରହିଛି, ବେଳ ନାହିଁ ମୋର, ଦେଉଚି ଲୋକ ପଠେଇ

କିଛି ଭାବିବୁନି, ସଅଳ ଆସିବୁ

ଭାବିବୁ କାମଟି ତୋର ।

 

ଜାନି ଯଉତୁକ ଆଣୁନାହିଁ ପୁଅ, ଖାଲି ଯାହା ଶଙ୍ଖା-ଶାଢ଼ୀ

ଭୋଜି ମୋ ହେଉଚି ଅବଢ଼ାଟି ତୋର, ଆଇଁଷ ଦେଇଚି ଛାଡ଼ି

କେତେବେଳେ ତୁହି ଆସିବୁ ଠାକୁର

ମୋ ଘରେ ପଡ଼ିବ ପତର !

 

ବାଜା-ବାଣ ନାହିଁ, ବରଯାତ୍ରୀ ହେଇ ଯିବୁରେ ତୁ ଝିଅଘର

ତୋତେ ନଦେଖିଲେ ବ୍ରାହ୍ମଣ ବେଦୀରେ ପଢ଼ିବ ନାହିଁ ମନ୍ତର

ବର-କନ୍ୟାଙ୍କୁ ତୁ ଆଶୀର୍ବାଦ ଦେଇ

ଫେରିଯିବୁ ଶ୍ରୀମନ୍ଦିର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in