ଅନାବନା କବିତା - ୧
ଅନାବନା କବିତା - ୧
1 min
6.8K
ସେତେବେଳେ
ନୂଆନୂଆ ପାଗଳ ହେଇଥାଏ
ସତକୁ ସତ, ମିଛକୁ ମିଛ
କହୁଥାଏ।
ନିଜର ଦୁର୍ବଳତାରେ
ନା ମୋର ଦୁଃଖ ଥାଏ
ମୁଁ ମୋ ପାଗଳାମିର
ମଜାକ୍ ଉଡାଉଥାଏ।
ଏବଂ ଦେଖ
ଯେଉଁ ସଫଳତା ପଛରେ
ମୁଁ ହାତ ଗୋଡ ଖୂରାକରି
ଗଧରୁ ଘୋଡା ହେଲି
ଦେଖ ସାରା ଦୁନିଆର
ଦୁଇ ବିଂଶ ଆଠ ଭାର ପାପ
ମୋ’ରି ପିଠିରେ।
ମୁଁ ଖୁସି
ମୋ ପାଗଳାମିରେ।